ଏମିତି ଟେକ୍‌ନିକ୍‌ରେ ନଡ଼ିଆ ଗଛରେ ଚଢିଲା ବିରାଟ ଅଜଗର

ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍‌ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା ନଡ଼ିଆ ଗଛ ଉପରେ ଚଢୁଛି ବିରାଟ ଏକ ଅଜଗର। ନଡିଆ ଗଛରେ ଚଢିବା ସାପଙ୍କ ପାଇଁ କଷ୍ଟ ହେଲେ ମଧ୍ୟ ଏଠି ସାପଟି ‌ ଟେକ୍‌ନିକର ସହ ଚଢୁଛି। ଖୁବ୍‌ ସତର୍କତାର ସହ ନିଜର ବିରାଟ ଦେହକୁ ଗଛରେ ଗୁଡ଼ାଇ ଯେପରି ଉପରକୁ ଉଠୁଛି ବାସ୍ତବିକ୍‌ ଦେଖିବା ପରି।

IAS ଡ. ସୁନୀତା ମିଶ୍ର ଏହି ଭିଡିଓକୁ ସେୟାର କରିଛନ୍ତି। ଏହାକୁ ପୋଷ୍ଟ କରି ସୁନୀତା ଲେଖିଛନ୍ତି, ତାଳଗଛରେ ସାପଟି ଯେପରି ଟେକ୍‌ନିକ୍‌ରେ ଚଢୁଛି, ତାହାର ଭିଡିଓ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବ। ଭିଡିଓଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବର୍ତ୍ତମାନ ସୁଦ୍ଧା ୩୫ ହଜାରରୁ ଅଧିକ ଭିଉ ହେଲାଣି।

ଭିଡିଓକୁ ନେଇ ୟୁଜର୍ସମାନେ ଢେର ମନ୍ତବ୍ୟ ଦେଇଛନ୍ତି।

 

You might also like