ମୁମ୍ବାଇ: ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍‌ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି। ଆଜି ମୁମ୍ବାଇର ଘଟକୋପର ୱେଷ୍ଟକାମ୍‌ ଲେନ୍ ରାମନିବାସ ସୋସାଇଟିରେ ମାଟି ଧସିଯିବାରୁ ବିରାଟ ଗାତ ସୃଷ୍ଟି ହେବା ସହ ଗୋଟିଏ କାର୍ ସେଥିରେ ଗଳି ଯାଉଥିବା ଦେଖିବାକୁ ମିଳିଥିଲା। କାରଟି ପାର୍କିଂରେ ଥିବାବେଳେ ମାଟି ଧସି ଯାଇଥିଲା ଫଳରେ କାରଟି ଗାତ ଭିତରେ ପଶି ଯାଇଥିଲା। ତେବେ କିଛି ସମୟ ପରେ କ୍ରେନ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି କାରଟିକୁ ଗାତ ଭିତରୁ ବାହାର କରିଥିଲେ।

ତେବେ ମୋଟ୍‌ ଉପରେ କହିବାକୁ ଗଲେ, ମୁମ୍ବାଇରେ ତିନି ଦିନ ହେଲା ମୂଷଳଧାରାରେ ବର୍ଷା ଜାରି ରହିଛି । ମାତ୍ର ୧୧ ଦିନରେ ମାୟାନଗରୀ ମୁମ୍ବାଇରେ ମାସକରେ ଯେତିକି ବର୍ଷା ହେବା କଥା ତାହାଠୁ ଢେର୍‌ ଅଧିକ ହୋଇସାରିଛି ।ଶକୁବ୍ରାର ରାତି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ୨୦୦ ମିମି ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ଏଥିପାଇଁ ମୁମ୍ବାଇ, ଥାନେ, ରାଇଗଡ ଏବଂ ରତ୍ନାଗିରିରେ ହାଇ ଆଲର୍ଟ ଘୋଷଣା କରିଛି ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ମାତ୍ର ୧୧ ଦିନରେ ମାୟାନଗରୀ ମୁମ୍ବାଇରେ ମାସକରେ ଯେତିକି ବର୍ଷା ହେବା କଥା ହୋଇସାରିଛି । ବର୍ତ୍ତମାନନ ସୁଦ୍ଧା ମୁମ୍ବାଇରେ ୫୬୫.୨ ମିମିର ବର୍ଷା ରେକର୍ଡ ହୋଇସାରିଛି । ତେବେ ଏଥିପାଇଁ ମୁମ୍ବାଇ, ଥାନେ, ରାଇଗଡ ଏବଂ ରତ୍ନାଗିରିରେ ହାଇ ଆଲର୍ଟ ଘୋଷଣା କରିଛି ପାଣିପାଗ ବିଭାଗ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ପରେ ମଧ୍ୟ ପାନୀୟ ଜଳ ଯୋଗାଣ କରୁଥିବା ୭ଟି ଜଳାଶୟରେ ଜଳର ଅଭାବ ରହିଛି । ଜଳାଶୟର ଜଳ ଭଣ୍ଡାର ସମୁଦାୟ କ୍ଷମତା ତୁଳନାରେ ୧୨.୬୮ ପ୍ରତିଶତ ଅଟେ, ଗତ ବର୍ଷ ଏହା ୧୩.୬୩ ପ୍ରତିଶତ ଥିଲା ।

ପାଣିପାଗ ବିଭାଗର ଚେତାବନୀ ପରେ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତଳିଆ ଅଞ୍ଚଳରେ ଏବଂ ମିଥୀ ନଦୀ ନିକଟରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ସମୟରେ ବର୍ଷା ଯୋଗୁଁ ଭାଙ୍ଗି ପଡ଼ିଥିବା ଗଛଗୁଡିକୁ ହଟାଇବା ପାଇଁ ୱାର୍ଡ କାର୍ଯ୍ୟାଳୟ ଗୁଡ଼ିକୁ କୁହାଯାଇଛି । ଏହା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି ।

Other Stories