ମହଙ୍ଗା ପଡ଼ିଲା କୁମ୍ଭୀର ସହ ଗାଧୋଇବା

ନୂଆଦିଲ୍ଲୀ: ଆପଣ ଦେଖିଥିବେ ସାଧାରଣତଃ ଲୋକମାନେ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥାନ୍ତି। ବେଳେ ବେଳେ ଡଲ୍‌ଫିନ୍‌ ଭଳି ସାମୁଦ୍ରିକ ଜୀବ ସହ ମଧ୍ୟ ଗାଧୋଇଥାନ୍ତି। କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ।

କାରଣ କୁମ୍ଭୀର ଗୋଟେ ହିଂସ୍ର ପ୍ରାଣୀ। କୁହାଯାଏ କୁମ୍ଭୀର ମୁହଁରୁ ଶୀକାର ଛଡ଼ାଇବା ସହଜ କଥା ନୁହେଁ। ତା ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗଭୀର ପାଣି ଭିତରେ କୁମ୍ଭୀର ସହ ଗାଧୋଉଥିବାର ଦେଖିବାକୁ ମିଳିଛି।

ବ୍ୟକ୍ତି ଜଣକ ଗଭୀର ସମୁଦ୍ରରେ ମନ ଖୁସିରେ ଗାଧୋଉଥିଲେ। କିନ୍ତୁ ସେହି ଖୁସି କିଛି କ୍ଷଣ ଭିତରେ ଚାଲିଯାଇଥିଲା। କାରଣ ଏହି ସମୟରେ କୁମ୍ଭୀରଟି ବ୍ୟକ୍ତିଜଣଙ୍କର କାନ୍ଧକୁ କାମୁଡ଼ି ଦେଇଥିଲା। ବାସ୍ ଏହା ପରେ ବ୍ୟକ୍ତିଜଣକ ଯେଉଁଭଳି ଭାବେ ପାଣି ଭିତରୁ ବାହାରକୁ ଆସିଲେ ତାହା ଦେଖିଲେ ଲାଗିବ ଯେପରି ତାଙ୍କୁ ଯେମିତି କରେଣ୍ଟ ଲାଗିଲା।

ଏହି ଭିଡିଓଟି ଥେଓ ଶାଣ୍ଟୋନାସ ନାମକ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧.୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like