ଦଶ ବର୍ଷରେ କେତେ ବଦଳିଛି ସୂର୍ଯ୍ୟର ଚିତ୍ର ? ନାସା ଜାରି କଲା ଭିଡିଓ

ନୂଆଦିଲ୍ଲୀ: ପ୍ରାୟ ଘଣ୍ଟାଏର ଭିଡିଓରେ ଏକ ଦଶନ୍ଧିର ସୂର୍ଯ୍ୟ। ସୌରଚକ୍ରର ଟାଇମ୍-ଲାପ୍ସ ଭିଡିଓ ଜାରି କରିଛି ନାସାର ସୋଲାର୍ ଡାଇନାମିକ୍ସ ଅବଜର୍ଭେଟୋରି। ୬୧ ମିନିଟ ଅବଧିର ଏହି ଭିଡିଓରେ ୧୦ ବର୍ଷ ଭିତରେ ସୂର୍ଯ୍ୟଙ୍କ ବହିର୍ଭାଗରେ ହୋଇଥିବା ପରିବର୍ତ୍ତନକୁ ଦେଖିବାକୁ ମିଳୁଛି। ବୁଧବାର ଏହି ଭିଡିଓ ଜାରି କରିଥିଲା ନାସା।

ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ନାସାର ଡାଇନାମିକ୍ ଅବଜର୍ଭେଟୋରି। ସେହି ୧୦ ବର୍ଷର ଟାଇମ୍-ଲାପ୍ସ ଭିଡିଓକୁ ନେଇ ନାସା ପ୍ରସ୍ତୁତ କରିଛି ଏକ ୬୧ ମିନିଟ୍‌ର ଭିଡିଓ। ନାସା ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି।

୧୦ ବର୍ଷରେ ରେକର୍ଡ ହୋଇଥିବା ୨ କୋଟି ଗିଗାବାଇଟ୍ ଡାଟା ବିଶିଷ୍ଟ ୪୨ କୋଟି ୫୦ ଲକ୍ଷ ହାଇ ରିଜଲ୍ୟୁସନ୍ ଫଟୋକୁ ମିଶାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ପ୍ରତି ୧୧ ବର୍ଷରେ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ଓ ମେରୁରେ କିଭଳି ପରିବର୍ତ୍ତନ ଦେଖାଯାଉଛି, ଜାଣିବାକୁ ଏହି ଅନୁଧ୍ୟାନ କରାଯାଇଛି।

ଦଶ ବର୍ଷରେ କେତେ ବଦଳିଛି ସୂର୍ଯ୍ୟର ଚିତ୍ର, ଦେଖନ୍ତୁ ନାସା ଜାରି କରିଥିବା ଭିଡିଓ

You might also like