୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଦିଆଯାଉ, ସୁପାରିଶ କଲା NITAG

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ସୁପାରିଶ କରିଛି ନ୍ୟାସନାଲ ଇମ୍ୟୁନିଜେନସ ଟେକ୍ନିକାଲ ଆଡଭାଇଜରି ଗ୍ରୁପ, NITAG। କୋଭିସିଲ୍ଡ ଟିକା ନେବାର ପ୍ରଥମ ଡୋଜର ୧୨ ସପ୍ତାହ ପରେ ଓ ୧୬ ସପ୍ତାହ ପୂର୍ବରୁ ଦ୍ୱିତୀୟ ଡୋଜ୍ ନେବାକୁ ଏହି ଆଡଭାଇଜରି ଗ୍ରୁପ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକସିନ ଆଡମିନିଷ୍ଟ୍ରେସନ, NEGVAକୁ ସୁପାରିଶ କରିଛି। NEGVA ଏହି ସୁପାରିଶକୁ ଗ୍ରହଣ କରି ଅନୁମତି ଦେବା ପରେ ହିଁ ତାହା ଲାଗୁ କରାଯିବ।

ଏହା ଆଗରୁ ଥରେ ମଧ୍ୟ କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି। ଆଗରୁ ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯାଉଥିବା ବେଳେ ଏହି ସମୟ ବ୍ୟବଧାନକୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ଅର୍ଥାତ ଏବେ ପ୍ରଥମ ଡୋଜ୍ ନେବାର ୬ ସପ୍ତାହ ପରେ ଓ ୮ ସପ୍ତାହ ଆଗରୁ ଦ୍ୱିତୀୟ ଡୋଜ୍ ନିଆଯାଉଛି।

ଗର୍ଭବତୀ ଓ ପ୍ରସୂତୀଙ୍କୁ ମଧ୍ୟ ଟିକା ଦିଆଯାଇପାରିବ ବୋଲି ନ୍ୟାସନାଲ ଇମ୍ୟୁନିଜେସନ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ସୁପାରିଶ କରିଛି। ଏହା ସହିତ ଯେଉଁମାନେ କରୋନାର ସୁସ୍ଥ ହେଲେଣି, ଆରୋଗ୍ୟ ହେବାର ୬ ମାସ ପରେ ସେମାନଙ୍କୁ ଟିକା ଦିଆଯାଉ ବୋଲି ସୁପାରିଶ କରାଯାଇଛି।

You might also like