ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ...


ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍‌ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ ଉପରେ ଚାଲି ଚାଲି ଯାଇପାରୁଛନ୍ତି।

ଏହି ଘଟଣାଟି ବ୍ରାଜିଲ୍‌, ରିୟୋ ଡି ଜେନେରିୟୋର ପଶ୍ଚିମରେ ଥିବା ସାରାପୁଇ ନଦୀର। ଏହି ନଦୀରେ ପାଣି ବଦଳରେ ଅଳିଆ ଆବର୍ଜନା ଏବଂ ଶହ ଶହ ପ୍ଲାଷ୍ଟିକ୍‌ ଜମା ହୋଇ ରହିଛି।

ତେବେ ଏହି ଫଟୋଟି @g1rio ନାମକ ଏକ ଟ୍ୱିଟର୍‌ ପେଜ୍‌ରେ ସେୟାର କରାଯାଇଛି। ଏହାର କ୍ୟାପ୍ସନ୍‌ରେ ଲେଖାଯାଇଛି ଯେ ଜଣେ ବ୍ୟକ୍ତି ଅଳିଆ ଭର୍ତ୍ତି ନଦୀରେ ଚାଲୁଛନ୍ତି।

ସୂଚନା ମୁତାବକ ସାରାପୁଇ ନଦୀ ରିୟୋ ଡି ଜନେରିୟୋ ରାଜ୍ୟ ଦେଇ ୩୬ କିଲୋମିଟର ପର୍ଯ୍ୟନ୍ତ ବୋହୁଛି। ଏହି ଅଞ୍ଚଳରେ ଜଳର ଅଭାବ ଥିବାରୁ ବନ୍ୟାଜଳକୁ ସରକ୍ଷଣ କରି ରଖିବା ପାଇଁ ୨୦୧୩ ମସିହାରେ ବନ୍ଧ ତିଆରି କରାଯାଇଥିଲା। ଫଳରେ ବନ୍ୟା ଚାଲିଯିବା ପରେ ଏହାର ସ୍ଥାନ ପ୍ଲାଷ୍ଟିକ୍ ଗୁଡ଼ିକ ନେଇଥିଲା।

Other Stories

  • Sunjeev Sahota
    Booker Prize ବୁକର୍ ପୁରସ୍କାର ଦୌଡରେ ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ସହୋଟା

    ଭାରତୀୟ ମୂଳ ବ୍ରିଟିଶ ଔପନ୍ୟାସିକ ସଞ୍ଜୀବ ସହୋଟା ୧୩ ଜଣ ଲେଖକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯାହାଙ୍କ ପୁସ୍ତକ 'ଚାଇନା ରୁମ୍' ଚଳିତ ବର୍ଷର ବୁକର୍ ପୁରସ୍କାର ଦାବିଦାର ତାଲିକାରେ ସ୍ଥାନ ପାଇଛି। ୪୦ ବର୍ଷୀୟ ସହୋଟାଙ୍କ...

  • Chin
    International ବିବାଦୀୟ ସ୍ଥାନରେ ଚୀନ୍ ସେନା

    ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ...

  • Pink River
    International News କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

    ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ,...

  • sand storm in china
    Sand Storm ହଠାତ୍‌ ମାଡି ଆସିଲା ୩୦୦ଫୁଟ୍ ଉଚ୍ଚର ଧୂଳିଝଡ

    ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶରେ ଦେଖାଦେଇଛି ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ...