• translate
Odishatv Bureau

ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ...


ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍‌ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ ଉପରେ ଚାଲି ଚାଲି ଯାଇପାରୁଛନ୍ତି।

ଏହି ଘଟଣାଟି ବ୍ରାଜିଲ୍‌, ରିୟୋ ଡି ଜେନେରିୟୋର ପଶ୍ଚିମରେ ଥିବା ସାରାପୁଇ ନଦୀର। ଏହି ନଦୀରେ ପାଣି ବଦଳରେ ଅଳିଆ ଆବର୍ଜନା ଏବଂ ଶହ ଶହ ପ୍ଲାଷ୍ଟିକ୍‌ ଜମା ହୋଇ ରହିଛି।

ତେବେ ଏହି ଫଟୋଟି @g1rio ନାମକ ଏକ ଟ୍ୱିଟର୍‌ ପେଜ୍‌ରେ ସେୟାର କରାଯାଇଛି। ଏହାର କ୍ୟାପ୍ସନ୍‌ରେ ଲେଖାଯାଇଛି ଯେ ଜଣେ ବ୍ୟକ୍ତି ଅଳିଆ ଭର୍ତ୍ତି ନଦୀରେ ଚାଲୁଛନ୍ତି।

ସୂଚନା ମୁତାବକ ସାରାପୁଇ ନଦୀ ରିୟୋ ଡି ଜନେରିୟୋ ରାଜ୍ୟ ଦେଇ ୩୬ କିଲୋମିଟର ପର୍ଯ୍ୟନ୍ତ ବୋହୁଛି। ଏହି ଅଞ୍ଚଳରେ ଜଳର ଅଭାବ ଥିବାରୁ ବନ୍ୟାଜଳକୁ ସରକ୍ଷଣ କରି ରଖିବା ପାଇଁ ୨୦୧୩ ମସିହାରେ ବନ୍ଧ ତିଆରି କରାଯାଇଥିଲା। ଫଳରେ ବନ୍ୟା ଚାଲିଯିବା ପରେ ଏହାର ସ୍ଥାନ ପ୍ଲାଷ୍ଟିକ୍ ଗୁଡ଼ିକ ନେଇଥିଲା।

Other Stories