ଆଉ ନାହାନ୍ତି ‘୫ ଟଙ୍କିଆ ଡାକ୍ତର’

ଚେନ୍ନାଇ: ଆଉ ନାହାନ୍ତି ‘୫ ଟଙ୍କିଆ ଡାକ୍ତର’। ‘୫ ଟଙ୍କିଆ ଡାକ୍ତର’ ଭାବେ ଖୁବ୍ ଲୋକପ୍ରିୟ ବ୍ୟାସରପାଡ଼ିର ଡାକ୍ତର ଭି. ଥିରୁଭେଙ୍ଗାଡମଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ଡାକ୍ତର ଥିରୁଭେଙ୍ଗାଡମ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ଉତ୍ତର ଚେନ୍ନାଇରେ ରହୁଥିବା ଅନେକ ବାସିନ୍ଦା ଗଭୀର ଶୋକ ପ୍ରକାଶ କରିଛନ୍ତି।

୧୯୭୩ ମସିହାରେ ସେ ଏହି ସେବା ଆରମ୍ଭ କରିଥିଲେ ଏବଂ ରୋଗୀମାନଙ୍କୁ ସେମାନଙ୍କ ସୁବିଧା ମୁତାବକ ଚିକିତ୍ସା କରିବା ପାଇଁ ଖୁବ୍ ଜଣାଶୁଣା ଥିଲେ। ସେ ମାତ୍ର ୫ ଟଙ୍କାରେ ରୋଗୀ ଦେଖା କାମ ଆରମ୍ଭ କରିଥିଲେ ଏବଂ ସମୟାନୁକ୍ରମେ ଏହା ୫୦ ଟଙ୍କାକୁ ବୃଦ୍ଧି ପାଇଥିଲା। ରୋଗୀଙ୍କ ପ୍ରତି ତାଙ୍କର ଏତେ ଭଲପାଇବା ଥିଲା ଯେ ସେ କେବେବି କାର୍ଯ୍ୟରୁ ଅବ୍ୟାହତି ବା ଛୁଟି ନେଇନାହାନ୍ତି। କିନ୍ତୁ ତିନି ଦଶନ୍ଧି ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍-୧୯ କାରଣରୁ ସେ ନିଜର କ୍ଲିନିକ୍ ବନ୍ଦ କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଏ ନେଇ ତାଙ୍କ ଝିଅ ତଥା ଡାକ୍ତର ପ୍ରୀତି କହିଛନ୍ତି, ବୟସ୍କ ହେବା ସତ୍ତ୍ୱେ ସେ ନିଜର ସେବା ମନୋବୃତ୍ତି ଆଦୌ ଛାଡ଼ିନଥିଲେ ଏବଂ ଦିନରାତି ରୋଗୀଙ୍କ ସେବା କରୁଥିଲେ। ସେ ରୋଗୀଙ୍କୁ ନିଜ ଫୋନ୍ ନମ୍ବର ଦେଉଥିଲେ ଏବଂ କୌଣସି ସମୟରେ ତାଙ୍କୁ ଯୋଗାଯୋଗ କରିବାକୁ କହୁଥିଲେ। ଯଦି ସେ କୌଣସି ରୋଗୀକୁ କ୍ଲିନିକରେ ଦେଖୁପାରୁନଥିଲେ, ତାହେଲେ ସେ ରୋଗୀମାନଙ୍କୁ ନିକଟସ୍ଥ ଫାର୍ମାସିଷ୍ଟ ପାଖକୁ ପଠାଇ ସେଠାରୁ ଆବଶ୍ୟକ ମେଡିସିନ୍ ଆଣିବାକୁ କହୁଥିଲେ। ମୋ ବାପା ପରିବାରଠାରୁ ରୋଗୀଙ୍କୁ ଅଧିକ ପ୍ରାଥମିକତା ଦେଉଥିଲେ। ଯଦି ଘରେ କୌଣସି ଫେଷ୍ଟିଭାଲ୍ ଥାଏ, ତାହେଲେ ସେ ତୁରନ୍ତ ଏହାକୁ ଶେଷ କରି କ୍ଲିନିକ୍ ପଳାଉଥିଲେ।

ଡାକ୍ତର ଥିରୁଭେଙ୍ଗାଡମଙ୍କ ଚିକିତ୍ସାରେ ସୁସ୍ଥ ହୋଇଥିବା ବ୍ୟାସରପାଡ଼ି ଅଞ୍ଚଳର ୪୫ ବର୍ଷୀୟା ମହିଳାଙ୍କ ସ୍ୱାମୀ କହିଛନ୍ତି, ଦୁଇବର୍ଷ ତଳେ ମୋ ପତ୍ନୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। କିନ୍ତୁ ଡାକ୍ତର ଥିରୁଭେଙ୍ଗାଡମଙ୍କ ସଠିକ୍ ଚିକିତ୍ସାରେ ମୋ ପତ୍ନୀ ସୁସ୍ଥ ହୋଇଥିଲା। ମୋ ପତ୍ନୀଙ୍କର କ୍ୟାନସର୍ ହୋଇଥିବା ନେଇ ପ୍ରାଇଭେଟ୍ ହସ୍ପିଟାଲ ସନ୍ଦେହ ପ୍ରକଟ କରୁଥିଲେ, କିନ୍ତୁ ଥିରୁଭେଙ୍ଗାଡମ୍ ଏହାକୁ ଯକ୍ଷ୍ମା ବୋଲି କହିଥିଲେ ଏବଂ ସେ ସେହି ମୁତାବକ ଚିକିତ୍ସା କରିଥିଲେ। ଏପରିକି ମୁଁ ତାଙ୍କୁ ଚିକିତ୍ସା ପାଇଁ ଅଧିକ ଟଙ୍କା ଦେବାକୁ ଚାହୁଁଥିଲି, କିନ୍ତୁ ସେ ସିଧା ମନା କରିଦେଇଥିଲେ। ମୋ ଭଳି ଜଣେ ମଧ୍ୟମବର୍ଗର ପରିବାର ତାଙ୍କର ସେବାକୁ କେବେବି ଭୁଲିପାରିବ ନାହିଁ।

ଗତ ୨୫ ବର୍ଷ ହେବ ଡାକ୍ତରଙ୍କ ସହକାରୀ ଭାବେ କାମ କରୁଥିବା ଏସ୍ ବୁବାଲନ କହିଛନ୍ତି, ମୁଁ କିଶୋର ଅବସ୍ଥାରେ ତାଙ୍କ ସହ ଯାେଗ ଦେଇଥିଲି ଏବଂ ରୋଗୀଙ୍କୁ ଟୋକନ୍ ବାଣ୍ଟିବା କାମ କରୁଥିଲି। ମୁଁ ଯେତେବେଳେ କ୍ଲିନିକରେ କାମ ଆରମ୍ଭ କଲି, ସେତେବେଳେ ରୋଗୀଙ୍କଠାରୁ ମାତ୍ର ୫ ଟଙ୍କା ନିଆଯାଉଥିଲା। କିନ୍ତୁ ଯେତେବେଳେ ଏହି କ୍ଲିନିକ୍ ୪୫ ବର୍ଷ ତଳେ ଆରମ୍ଭ ହୋଇଥିଲା, ସେତେବେଳେ ପ୍ରତି ରୋଗୀଙ୍କ ଫିସ୍ ମାତ୍ର ୨ ଟଙ୍କା ଥିଲା। ତାଙ୍କ ପାଖକୁ ଦୈନିକ ୧୫୦ ରୋଗୀ ଚିକିତ୍ସା ପାଇଁ ଆସନ୍ତି। ଏଥିମଧ୍ୟରୁ କିଛି ରୋଗୀଙ୍କୁ ସେ ମାଗଣାରେ ମେଡିସିନ୍ ଦେଉଥିବା ବେଳେ କିଛି ରୋଗୀଙ୍କଠାରୁ ଫିସ୍ ମଧ୍ୟ ନେଉଥିଲେ। ଏବେ ତାଙ୍କର ଦେହାନ୍ତ ପୂରା ଉତ୍ତର ଚେନ୍ନାଇ ପାଇଁ ବହୁତ ବଡ଼ କ୍ଷତି।

ସୂଚନାଯୋଗ୍ୟ, ୨୦୧୭ରେ ତାମିଲ୍ ଫିଲ୍ମ ‘ମେର୍ସଲ’ର ରିଲିଜ୍ ପରେ ଡାକ୍ତର ଥିରୁଭେଙ୍ଗାଡମଙ୍କର ଲୋକପ୍ରିୟତା ବଢ଼ିଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ବିଜୟ ମଧ୍ୟ ‘୫ ଟଙ୍କିଆ ଡାକ୍ତର’ ଭୂମିକାରେ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like