ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା ; ସିବିଅାଇକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତକୁ ବଡ଼ ସଫଳତା। ମାମଲାରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ୍‌ ନାଗରିକ କ୍ରିଷ୍ଟିୟନ ମିସେଲଙ୍କୁ ଭାରତ ଅାଣିବାରେ ସଫଳ ହୋଇଛି ସିବିଅାଇ। ଗତକାଲି ମଧ୍ୟରାତ୍ରରେ ସିବିଅାଇ ତାଙ୍କୁ ଦୁବାଇରୁ ଦିଲ୍ଲୀ ଅାଣିଛି।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏହି ଅଭିଯାନକୁ ବଡ ସଫଳତା ମିଳିଛି। ସିବିଅାଇ ଅନ୍ତରୀଣ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ଓ ଯୁଗ୍ମ ନିର୍ଦ୍ଦେଶକ ସାଇ ମନୋହରଙ୍କ ନେତୃତ୍ୱରେ ଟିମକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ୨୦୧୭ରେ ମଧ୍ୟସ୍ଥି ମିସେଲଙ୍କୁ ପ୍ରତ୍ୟର୍ପଣ କରିବାକୁ ସିବିଅାଇ ଦାବି କରିଥିଲା।

ସିବିଅାଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ତଦନ୍ତ କରୁଛନ୍ତି। ୨୦୧୬ରେ ଇଡି  ମିସେନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଅଗଷ୍ଟା ୱେଷ୍ଟଲାଣ୍ଡ ଡିଲ୍‌ରେ ପ୍ରାୟ ୨୨୫ କୋଟି ଟଙ୍କା ମିସେଲ ନେଇଥିଲା। ଏହି ଚୁକ୍ତି ମାମଲାରେ ଏହି ଅର୍ଥ ଲାଞ୍ଚ ଅାକାରରେ ଦିଅାଯାଇଥିବା କହିଥିଲା ଇଡି। ଏହାପରେ ୨୦୧୭ ଫେବୃଅାରୀରେ ମିସେଲଙ୍କୁ ୟୁଏଇରେ ଗିରଫ କରାଯାଇଥିଲା। ଏହାପରେ ୧ ଜାନୁଅାରୀ ୨୦୧୪ରେ ଡିଲ୍ ରଦ୍ଦ୍ ହୋଇଥିଲ।

You might also like