୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ମତଦାନ ଜାରି

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ମତଦାନ ହେଉଛି। ୧୪ କୋଟି ୨୦ ଲକ୍ଷ ୫୪ ହଜାର ମତଦାତା ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଓଡ଼ିଶାର ୪ଟି ଆସନ ବାଦ୍ ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ଉତ୍ତରାଖଣ୍ଡର ୫, ଅରୁଣାଚଳ ପ୍ରଦେଶର ୨, ଆସାମର ୫, ବିହାରର ୪, ଛତିଶଗଡ଼ର ୧, ଜାମ୍ମୁ ଓ କାଶ୍ମୀରର ୨, ମହାରାଷ୍ଟ୍ରର ୭, ମେଘାଳୟର ୨, ମଣିପୁରର ୧, ମିଜୋରାମର ୧, ନାଗାଲାଣ୍ଡର ୧, ସିକିମ୍‌ରେ  ୧, ତେଲେଙ୍ଗାନାର ୧୭, ତ୍ରିପୁରାର ୧, ପଶ୍ଚିମବଙ୍ଗର ୨, ଆଣ୍ଡାମାନ ନିକୋବରର ୧, ଲାକ୍ଷାଦ୍ୱୀପର ଗୋଟିଏ ଆସନରେ ଭୋଟ୍ ଗ୍ରହଣ ହେଉଛି।

ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଅରୁଣାଚଳ ପ୍ରଦେଶର ୬୦ ଓ ସିକିମର ୩୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ଅବସରରେ ସମସ୍ତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଅପିଲ କରିଛନ୍ତି।

ଅନ୍ୟପଟେ ମାଓ ପ୍ରଭାବିତ ଛତିଶଗଡ଼ର ବସ୍ତର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ୭୫ହଜାର ଫୋର୍ସ ମୁତୟନ କରାଯାଇଛି। ଏଥିସହ ଡ୍ରୋନ୍‌ ଦ୍ୱାରା ପୋଲିଂ ବୁଥ୍‌ ଗୁଡ଼ିକ ଉପରେ ନଜର ରଖାଯାଇଛି।

You might also like