ପ୍ରଥମ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍‌ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ କିଛି ହାଇପ୍ରୋଫାଇଲ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନୀତିନ ଗଡ଼କରୀ ରହିଛନ୍ତି। ନୀତିନ ଗଡ଼କରୀଙ୍କ ସହ କଡ଼ା ଟକ୍କର ଦେବାକୁ କଂଗ୍ରେସର ନାନା ପାଟୋଲ ରହିଛନ୍ତି।

ସେହିଭଳି ଗାଜିଆବାଦ ଲୋକସଭା ଆସନରେ ବିଜେପିର ଅନ୍ୟତମ ହାଇପ୍ରୋଫାଇଲ୍‌ ନେତା ଜେନେରାଲ ଭି.କେ. ସିଂହ ରହିଛନ୍ତି। ସେହିଭଳି ଗୟା ନିର୍ବାଚନମଣ୍ଡଳୀରେ ହାମ୍ ନେତା ଜିତନ ରାମ ମାଂଝୀ ବି ମଇଦାନରେ ଅଛନ୍ତି।
ସେହିପରି ଜାମୁଇ ଆସନରୁ ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନ ମଧ୍ୟ ଆଜି ନିଜର ଭାଗ୍ୟ ପରୀକ୍ଷା କରାଇବେ।

ଉତ୍ତରାଖଣ୍ଡର ନୈନତାଲ ଲୋକସଭା ଆସନରୁ ଏଥର ନିର୍ବାଚନୀ ମଇଦାନରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ୍‌ ରାୱତ।

ଉତ୍ତର ପ୍ରଦେଶର ବାଗପତ୍ ଲୋକସଭା ଆସନରୁ ବିଜେପିର ଅନ୍ୟ ଜଣେ ହାଇପ୍ରୋଫାଇଲ ନେତା ସତ୍ୟପାଲ ସିଂ ମଧ୍ୟ ମଇଦାନରେ ଅଛନ୍ତି।

ଅନ୍ୟପଟେ ମୁଜାଫରନଗରରୁ ବିଜେପି ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନ ଏବଂ ଜମ୍ମୁ ଆସନରୁ ବିଜେପି ପ୍ରାର୍ଥୀ ଯୁଗଲ କିଶୋର ଶର୍ମାଙ୍କ ଭୋଟର ଆଜି ଭାଗ୍ୟ ପରୀକ୍ଷା କରିବେ।

You might also like