• translate
Minati Mishra

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ହେଉଛି ଭୋଟଗ୍ରହଣ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆଜି ଗୋଟିଏ ଦିନରେ ମତଦାନ ସରିବ।  ତେବେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେଉଛି ।

ସେହିପରି ଆସାମରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । କେରଳର ୧୪୦ ଆସନ, ତାମିଲନାଡୁର ୨୩୪ ଆସନ, ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦ ଆସନ, ପଶ୍ଚିମବଂଗର ତୃତୀୟ ପର୍ଯ୍ୟାୟରେ ୩୧ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ୪୦ ଆସନ ଲାଗି ଭୋଟଗ୍ରହଣ ଆରମ୍ଭ ହୋଇଛି ।

ଆସାମର ୧୨ଟି ଜିଲ୍ଲାର ୪୦ଟି ଆସନରେ ମତଦାନ ନିଆଯିବ । ଏହି ପର୍ଯ୍ୟାୟରେ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେପିର ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମାଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବୋଡୋଲାଣ୍ଡ ଟେରିଟୋରିଆଲ ଅଞ୍ଚଳରେ ଥିବା ୩ ଟି ଜିଲ୍ଲାରେ ନିର୍ବାଚନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେହିପରି ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ଚାଲିଛି ଭୋଟ୍। ସକାଳ ୭ଟାରୁ ସବୁଆଡେ ଆରମ୍ଭ ହୋଇଛି ଭୋଟ ଗ୍ରହଣ।

 

Other Stories