ଜାନୁଆରୀରେ ଇସ୍ତଫା ଦେବେ ଋଷିଆ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ !

ମୋସ୍‌କୋ; ଶାରୀରିକ ଅସୁସ୍ଥତା ଯୋଗୁ ରାଷ୍ଟ୍ରପତି ପଦ ଛାଡ଼ିପାରନ୍ତି ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌। ୬୮ ବର୍ଷୀୟା ପୁଟିନ ପାର୍କିନସନ୍‌ ରୋଗରେ ପୀଡ଼ିତ ଥିବାରୁ ସେ ଜାନୁଆରୀରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଅସୁସ୍ଥତା କାରଣରୁ ପୁଟିନଙ୍କ ଘର ଲୋକ ତାଙ୍କୁ ପଦ ଛାଡ଼ିବାକୁ ଅନୁରୋଧ କରୁଥିବା କୁଆଯାଉଛି। ପୁଟିନଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଅଲିନା କାବାଇଭା ଓ ତାଙ୍କର ଦୁଇଟି ଝିଅ ତାଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି। ଏନେଇ ମୋସ୍କୋର ରାଜନୈତିକ ବିଶେଷଜ୍ଞ ଭାଲେରୀ ସୋଲୋଭେଇ ନ୍ୟୁ ୟୋର୍କ ପୋଷ୍ଟ ଖବରକାଗଜକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:ଦେଶର ୧୭ ମିଲିୟନ ଓଧ ମାରିବ ଡେନ୍‌ମାର୍କ

ସୋଲୋଭେଇ କହିଛନ୍ତି ଯେ, ପୁଟିନ ପାରକିନସନ ପୀଡ଼ିତ ଥାଇପାରନ୍ତି। ନିକଟରେ ତାଙ୍କଠାରେ ରୋଗର ଲକ୍ଷଣ ମଧ୍ୟ ଦେଖାଯାଇଥିଲା। ତେଣୁ ସେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇପାରନ୍ତି, ଯିଏ କି ତାଙ୍କର ରାଜନୈତିକ ଉତ୍ତରାଧିକାରୀ ହେବ ବୋଲି ନ୍ୟୁ ୟୋର୍କ ପୋଷ୍ଟରେ ଖବର ପ୍ରକାଶ ପାଇଛି। ପୁଟିନ ସହକର୍ମୀମାନେ ମଧ୍ୟ ତାଙ୍କ ଇସ୍ତଫା ନେଇ ଗୁଜବ ପ୍ରଚାର କରୁଥିବା ଶୁଣିବାକୁ ମିଳୁଛି।

ପାର୍କିନ୍‌ସନ୍ ଏକ‌ ସ୍ନାୟବିକ ରୋଗ, ଯାହା ମଣିଷର ଚଲାବୁଲା ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ମସ୍ତିଷ୍କରେ ସ୍ନାୟୁ କୋଷର କ୍ଷତି ସହିତ ଡୋପାମାଇନ୍ ସ୍ତର ହ୍ରାସ କରିଥାଏ, ଏହି ରୋଗରେ ହାତ ଥରିବା, ଚଲାବୁଲା ବେଳେ ସନ୍ତୁଳନ ବିଗିଡ଼ିବା, ଦେହ ହାତ କାଲୁଆ ପଡ଼ିବା ଭଳି ଲକ୍ଷଣ ଦେଖା ଦେଇଥାଏ। ଔଷଧ ଦ୍ୱାରା ହିଁ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ।

You might also like