ବାଲାକୋଟ୍‌ ଏୟାର୍ ଷ୍ଟ୍ରାଇକକୁ ନେଇ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ ଉପରେ ଭାରତର ଏୟାର୍ ଷ୍ଟ୍ରାଇକକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ। ଏଭଳି ଆକ୍ରମଣ ବେଳେ ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥାନ୍ତି। ଗୁଇନ୍ଦା ରିପୋର୍ଟ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ପଦକ୍ଷେପ ନିଆଯାଇଥାଏ ବୋଲି ଭି.କେ. ସିଂହ କହିଛନ୍ତି।

ଭାରତର ଏୟାର୍ ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ମୃତ୍ ହୋଇଥିବା ଆଶଙ୍କା କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି। ବାଲାକୋଟ ଆକ୍ରମଣରେ କେବଳ ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍ କରାଯାଇଥିଲା। ଜନବସତିକୁ ଆକ୍ରମଣଠାରୁ ଦୂରେଇ ରଖାଯାଇଥିଲା। ଯଦି ଏୟାର୍ ଷ୍ଟ୍ରାଇକରେ ପାକିସ୍ତାନର କିଛି କ୍ଷୟକ୍ଷତି ହୋଇନାହିଁ, ତେବେ କାହିଁକି ପାକିସ୍ତାନ ବାୟୁସେନା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ବୋଲି ଭିକେ ସିଂହ ପ୍ରଶ୍ନ କରିଛନ୍ତି।

You might also like