ବିବେକ ତିୱାରୀ ହତ୍ୟା ମାମଲା

ଅାସିଲା ପୋଷ୍ଟ ମର୍ଟମ୍ ରିପୋର୍ଟ

ଲକ୍ଷ୍ନୌ : ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ଅାସିଛି ପୋଷ୍ଟ ମର୍ଟମ୍ ରିପୋର୍ଟ । ବାମ ପାଖ ବେକରେ ବିବେକଙ୍କୁ ଗୁଳି ବାଜିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ବେକର ପ୍ରାୟ ୧୧ ସେଣ୍ଟିମିଟର୍ ଭିତରେ ମିଳିଥିଲା ଗୁଳି।

ଲକ୍ଷ୍ନୌ ଗୋମତିନଗରରେ ହୋଇଥିବା ଏହି ଗୁଳିକାଣ୍ଡ ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରୁ ଏସ୍ଅାଇଟିକୁ ମିଳିଥିବା ତଥ୍ୟ ଅନୁସାରେ ବିବେକଙ୍କ କାର୍‌ର ବୋନେଟ୍ ଉପରେ ଚଢ଼ି ତାଙ୍କୁ ଗୁଳି ମାରିଥିଲେ ଅଭିଯୁକ୍ତ ପୁଲିସ ଅଧିକାରୀ ।

ଅନ୍ୟପଟେ ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଛନ୍ତି ମୃତ ବିବେକଙ୍କ ସ୍ତ୍ରୀ ଏବଂ ପରିବାର। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଚାକିରୀ ଏବଂ ପରିବାର ପୋଷଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦିଅାଯାଇଥିବା ସେ କହିଥିଲେ । ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ତଦନ୍ତ କରୁଛି ୟୁପି ଏସ୍ଅାଇଟି।

You might also like