ଡ୍ରଗ୍ସ ଯାଞ୍ଚ ମାମଲା; ବଲିଉଡ୍‌ ଷ୍ଟାର୍ ବିବେକ ଓବ‌ରୟଙ୍କ ଘର ସର୍ଚ୍ଚ କଲା ପୋଲିସ

ମୁମ୍ବାଇ: ସାଣ୍ଡାଲଉଡ୍ ଡ୍ରଗ୍ସ ଯାଞ୍ଚ ମାମଲାରେ ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଘର ସର୍ଚ୍ଚ କରିଛି ବେଙ୍ଗାଲୁରୁ ପୋଲିସ। ଆଜି ବିବେକଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୋଲିସ।

ପୂର୍ବରୁ ଏହି ଘଟଣାରେ ପୋଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜୀବରାଜ ଅଲ୍‌ଭାଙ୍କ ପୁଅ ଅଦିତ୍ୟ ଅଲଭାଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ଆଦିତ୍ୟ ଫେରାର୍ ଅଛନ୍ତି। ଆଦିତ୍ୟ ଅଲ୍‌ଭା ବିବେକଙ୍କର ଶାଳକ ହୋଇଥିବାରୁ ସେ ବିବେକଙ୍କ ଘରେ ଲୁଚି ରହିଥିବା ସନ୍ଦେହ କରି ଦୀର୍ଘ ଅଢ଼େଇ ଘଣ୍ଟା ଧରି ଘର ସର୍ଚ୍ଚ କରିଥିଲା ପୋଲିସ। ଆଜି ଦିନ ଗୋଟିଏ ବେଳେ ବେଙ୍ଗାଲୁରୁ ପୋଲିସର ଦୁଇ ଜଣ ଇନିସ୍‌ପେକ୍ଟର ବିବେକଙ୍କ ଘର ସର୍ଚ୍ଚ କରିଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ବେଙ୍ଗାଲୁରୁ ଅତିରିକ୍ତ କମିଶନର କହିଛନ୍ତି ଯେ ଅଦିତ୍ୟ ଅଲ୍‌ଭା ଫେରାର୍ ଅଛନ୍ତି। ସେ ବିବେକଙ୍କର ସମ୍ପର୍କୀୟ ହୋଇଥିବାରୁ ଅଲ୍‌ଭା ତାଙ୍କ ଘରେ ଲୁଚିଛନ୍ତି ବୋଲି ପୋଲିସ ପାଖରେ ଖବର ଥିଲା। ତେଣୁ ଆମେ ତାଙ୍କ ଘର ସର୍ଚ୍ଚ କରିବା ପାଇଁ ଚାହିଁଥିଲୁ। ତେଣୁ ସାଥିରେ ସର୍ଚ୍ଚ ୱାରେଣ୍ଟ ନେଇ ଆମେ ବିବେକଙ୍କ ଘର ସର୍ଚ୍ଚ କରିଥିଲୁ ବୋଲି ଅତିରିକ୍ତ କମିଶନର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅଲ୍‌ଭା କେଉଁଠି ଅଛନ୍ତି ବୋଧ୍‌ହୁଏ ବିବେକ ତାହା ଜାଣିଛନ୍ତି, ତେଣୁ ରେଡ୍ ଜାରି ଜାରି ରହିଛି ବୋଲି ସେ କହିଥିଲେ।

ଏପର୍ଯ୍ୟନ୍ତ ଡ୍ରଗ୍ସ ଯାଞ୍ଚ ମାମଲାରେ ରାଗାଣୀ ଦ୍ୱିବେଦୀ ଓ ସଞ୍ଜନା ଗଲରାନୀ ଗିରଫ ହୋଇସାରିଛନ୍ତି। ଏହି ଦୁଇ ଅଭିନେତ୍ରୀ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଏନ୍‌ଡିପିଏସ୍‌ର ବିଚାର ବିଭାଗୀୟ ହାଜତରେ ରହିବେ।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like