ବିଦେଶରେ ବିବାହ, ଅନଲାଇନରେ ଆଶୀର୍ବାଦ

  • ଚିକାଗୋରେ ବିବାହ କଲେ ଶାହାଜାହାନପୁର ଯୁବକ 
  • ଅନଲାଇନରେ ନବବିବାହିତଙ୍କୁ ଆଶୀର୍ବାଦ ଦେଲେ ପରିବାର ଲୋକ

ସଂକ୍ରମଣର ଭୟ ଭିତରେ ସୁହୂ ଚିକାଗୋ ସହରରେ ହେଲା ବିବାହ, ଅନଲାଇନରେ ଯୋଡ଼ି ହେଲେ ପରିବାର ଲୋକ । ଉତ୍ତରପ୍ରଦେଶର ଶାହାଜାହାନପୁର ସ୍ଥିତ ରୋସନଗଞ୍ଜ ନିବାସୀ ଡାଃ ବିଶ୍ୱାସ ପାଣ୍ଡେୟଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । କରୋନା ସଂକ୍ରମଣ ସମୟରେ ଆମେରିକାରେ ଯେଉଁ ପ୍ରକାରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି, ତାହାକୁ ନେଇ ଚାରିଆଡ଼େ ଆଲୋଚନା ହେଉଛି ।

ଡାଃ ବିଶ୍ୱାସ ପାଣ୍ଡେୟ ଆମେରିକାର ଚିକାଗୋ ସହରରେ ପୋଷ୍ଟ ଡକ୍ଟରାଲ ଆସୋସିଏଟ୍ ଭାବେ କାମ କରନ୍ତି । ସ୍ଲୋଭାନିଆ ଦେଶର ଡାଃ ମିତାଙ୍କ ସହ ଏକ ବର୍ଷ ପୂର୍ବରୁ ତାଙ୍କର ବିବାହ ସ୍ଥିର ହୋଇଥିଲା । ଡକ୍ଟର ମିତା ବେଲଜିୟମ ବ୍ରୁସେଲ୍ସର ଜଣେ ପରାମର୍ଶଦାତା। ଶାହାରନପୁରରେ ଉଭୟଙ୍କର ବିବାହ ହୋଇଥାଆନ୍ତ । କିନ୍ତୁ କେରାନା ପାଇଁ ଅନ୍ତଜାର୍ତୀୟ ବିମାନ ବନ୍ଦ ହେବା କାରଣରୁ ବିବାହ ଏକ ବର୍ଷ ପର୍ଯ୍ୟନ୍ତ ଟଳିଯାଇଥିଲା । ତେବେ ଚଳିତ ବର୍ଷ ବିବାହ ଋତୁ ଆସିବା ବେଳକୁ ପୁଣି ଦେଶରେ ସଂକ୍ରମଣ ଶୀର୍ଶ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ଆଉ ବିଳମ୍ବ ନକରି ଅକ୍ଷୟ ତୃତୀୟା ଦିନ ଉଭୟେ ପରିବାରର ସହମତି କ୍ରମେ ହିନ୍ଦୁ ରୀତିନୀତି ଅନୁସାରେ ଚିକାଗୋର କୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସଂକ୍ରମଣ କାରଣରୁ ଏହି ବିବାହରେ  ଅନଲାଇନରେ ସାମିଲ ହୋଇଛନ୍ତି ପରିବାର ଲୋକ ।

ଡକ୍ଟର ବିଶ୍ୱଙ୍କ ପିତା ବ୍ରିଜେଶ ପାଣ୍ଡେ ବାର୍ ଆସୋସିଏସନର ପୂର୍ବତନ ସଭାପତି ରହିଛନ୍ତି । ବ୍ରିଜେଶ ପାଣ୍ଡେଙ୍କ ତିନି ପୁଅଙ୍କ ମଧ୍ୟରୁ ଡାଃ ବିଶ୍ୱାସ ଆମେରିକାର ଚିକାଗୋରେ ରୁହନ୍ତି । ୨୦୧୦ ରେ ବିଶ୍ୱାସ ୟୁରୋପୀୟ କମିଶନଙ୍କ ଠାରୁ ଫେଲୋସିପ୍ ଗ୍ରହଣ କରିଛନ୍ତି । ସେ ଗେଟ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଛନ୍ତି । ଏହାସହ ବିଶ୍ୱାସ ଇଟାଲୀରେ ୟୁରୋପୀୟ ସେଣ୍ଟର ଫର ଅରୋଟିକଲ ଫିଜିକ୍ସରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ୨୦୧୬ ରେ ଭର୍ଜିନିଆ ଟେକ୍ ଷ୍ଟେଟ୍ ୟୁନିଭରସିଟି ଯୁକ୍ତରାଷ୍ଟ୍ରରେ ଏକ ରିସର୍ଚ୍ଚ ଆସୋସିଏଟ୍ ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

You might also like