ବିଶାଖାପାଟନମ୍ ଗ୍ୟାସ୍‌ ଲିକ୍ ଘଟଣା; ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା, ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା

ବିଶାଖାପାଟନମ୍‌: ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍‌ ଲିକ୍‌ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍‌ ନେବାର ସମସ୍ୟା ହେଉଥିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ବିଶାଖାପାଟନମ୍‌ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏଶ୍. ଜଗନମୋହନ ରେଡ୍ଡି।

ଏଥିସହିତ ଗ୍ୟାସ୍‌ ଲିକ୍‌ ଘଟଣାରେ ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ପୀଡ଼ିତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେବାକୁ ଜଗନମୋହନ କହିଛନ୍ତି।

ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ବିଶାଖାପାଟନମ୍‌ରେ ପହଞ୍ଚି ହସ୍ପିଟାଲକୁ ଯାଇ ଅସୁସ୍ଥଙ୍କୁ ଭେଟିବା ସହିତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଘଟଣାର ତଦନ୍ତ କରିବା ଲାଗି ୫ ଜଣିଆ କମିଟି ଗଠନ କରାଯାଇଛି।

ଗତ ରାତି ୨.୩୦ ମିନିଟ୍‌ ସମୟରେ ଏଲ୍‌ଜି ପଲିମର୍‌ କ୍ୟାମିକାଲ୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍ ହୋଇଥିଲା। ଗ୍ୟାସ୍‌ ନିକଟସ୍ତ ଅଞ୍ଚଳରେ ବ୍ୟାପିଯିବା ପରେ ଲୋକେ ବେହୋସ୍ ହୋଇଯାଇଥିଲେ। କେହି କେହି ବାନ୍ତି କରି ମୁଣ୍ଡ ବୁଲାଇ ତଳେ ପଡ଼ିଯାଇଥିଲେ। ଯାହାର ହୃଦୟଥରା ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି।

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like