ବାରମ୍ବାର ମୁଁହରେ ହାତ ମାରିଲେ କରୋନା ବିପଦ: ଏମିତି ଟିପ୍ସ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣ ବାରମ୍ବାର ନିଜ ମୁହଁରେ କିମ୍ବା ନାକରେ ହାତ ମାରୁଛନ୍ତି କି ?  ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ୱାରା କରୋନାଭାଇରସ୍‌ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଯଦି ଏପରି କରିବା ଆମେ କମାଇଦେବା ତେବେ ଏହି ଭୟଙ୍କର ଭାଇରସ୍‌ର ଆକ୍ରମଣରୁ  ରକ୍ଷା ପାଇପାରିବା। ଲୋକଙ୍କୁ ଭୟଙ୍କର କରୋନାଭାଇରସ୍‌ରୁ ରକ୍ଷା ପାଇଁବା ପାଇଁ ଏହିଭଳି ପରାମର୍ଶ ଦେଇଛନ୍ତି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ। 

ସାଧାରଣତଃ ଆମେ ଜାଣତରେ ହେଉ ବା ଅଜାଣତରେ ଅନେକ ସମୟରେ ମୁହଁରେ ହାତ ମାରି ଥାଉ। ତେବେ ଏପରି କରିବା କରୋନା ଭାଇରସ୍‌କୁ ଆମନ୍ତ୍ରଣ କରିବା ସହିତ ସମାନ। ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଲିପକିନ କହିଛନ୍ତି, ଯଦି ଲୋକମାନେ ସେମାନଙ୍କ ମୁହଁକୁ ବାରମ୍ବାର ଛୁଇଁବା କମ୍‌ କରିବେ, ତେବେ କରୋନା ସଂକ୍ରମଣ ୪୦% ହ୍ରାସ ପାଇବାର ସମ୍ଭାବନା ରହିଛି।

Image result for w lipkin

ଗଣମାଧ୍ୟମକୁ ତଥ୍ୟ ଦେଇ ସେ କହିଛନ୍ତି, ଜଣେ ବ୍ୟକ୍ତି ପ୍ରତିଦିନ ତା’ର ମୁହଁକୁ ୧୦୦ରୁ ଅଧିକ ଥର ଛୁଇଁ ଥାଏ। ଯଦି ସେ ଏହାକୁ ହ୍ରାସ କରିଦେବେ, ତା’ହେଲେ କରୋନା ସଂକ୍ରମଣ ଆଶଙ୍କା କମ ହୋଇପାରିବ। ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବାକୁ ଦରକାର।

କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଇରସ ଉପରେ ରିସର୍ଚ୍ଚ କରି ଖ୍ୟାତି ଅର୍ଜନ କରିଥିବା ଡା. ଲିପକିନ ଗତବର୍ଷ ଚାଇନା ଗସ୍ତ କରିଥିଲେ। ହେଲେ କରୋନା ବ୍ୟାପିଥିବା କଥା ସେ ଜାଣି ପାରି ନଥିଲେ। ସେ ଏକଥା ଜାଣିବା ପରେ ନିଜକୁ ନିଜେ ଦୁଇ ସପ୍ତାହ ସମସ୍ତଙ୍କ ଠାରୁ ଅଲଗା କରିଦେଇଥିଲେ। ସେ ଏକୁଠିଆ ଦୁଇ ସପ୍ତାହ ଯାଏ ଗୋଟିଏ ଘରେ ବନ୍ଦ ହୋଇ ରହିଥିଲେ।

ଲିପକିନ ୩୦ ବର୍ଷ ହେଲା ଜଣେ ନିଦାନ(ଡାଇଗ୍ନୋଷ୍ଟିକ) ହିସାବରେ କାର୍ଯ୍ୟ କରିଛନ୍ତି। ସେ ଏବେ ମାଲିମାନ ସ୍କୁଲ ଅଫ ପବ୍ଲିକ ହେଲଥ ସେଣ୍ଟର ଫର ଇନଫେକସନ ଓ ଇମ୍ୟୁନିଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

Image result for corona viryus

ସେ କହିଛନ୍ତି, ଯଦି କେହି ଅସୁସ୍ଥତା ଅନୁଭବ କରୁଛନ୍ତି, ତା’ହେଲେ ଅନ୍ୟମାନଙ୍କ ସହ ମିଶିବା ବନ୍ଦ କରିଦିଅନ୍ତୁ। ନିଜକୁ ନିଜେ ଆଇସୋଲେଟ(ସମସ୍ତଙ୍କଟାରୁ ସତର୍କତାମୂଳକ ଭାବେ ଦୂରେଇ ରହିବା) କରନ୍ତୁ। ଭାଇରସ ସର୍ବଦା ବାୟୁମଣ୍ଡଳରେ ରହିଥାଏ। ଏହା କେତେବେଳେ ଯେ କାହା ଶରୀରରେ ପ୍ରବେଶ କରିବ, ସେକଥା କେହି ବି କହିପାରିବେ ନାହିଁ। ତେଣୁ ଲୋକମାନେ ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ଦରକାର।

ଏପରି କି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ସମୟରେ ଗ୍ଲୋବ୍ସ ବ୍ୟବହାର କରିବା ଉଚିତ। ସେ ଆହୁରି କହିଛନ୍ତି, ଏହି ଭାଇରସର ଟୀକା ବାହାରିବାରେ ଏକ ବର୍ଷ ସମୟ ଲାଗିପାରେ। ତେଣୁ ଏହା ଭୟଙ୍କର ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି।

Image result for corona viryus

ଯେଉଁମାନେ ଭାଇରସରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି, ସେମାନେ ପ୍ଲାଜମା ବ୍ୟାଙ୍କଗୁଡ଼ିକୁ ପ୍ଲାଜମା ଯୋଗାଇବା ଉଚିତ। କାରଣ ଏହା କରୋନୋ ଭାଇରସର ଚିକିତ୍ସା କରିବାରେ ପ୍ରଭାବଶାଳୀ ହୋଇପାରିବ। କରୋନା ଭାଇରସରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ଲାଜମା ଘାତକ ରୋଗ ସୃଷ୍ଟି କରୁଥିବା ଭାଇରସର ମୁକାବିଲା କରିବା କ୍ଷେତ୍ରରେ ଆଣ୍ଟିବାୟୋଟିକ ଭାବେ କାର୍ଯ୍ୟ କରିଥାଏ। ଡୋନେଟ କରାଯାଇଥିବା ରକ୍ତରୁ ମିଳୁଥିବା ପ୍ଲାଜମା ଜଣେ ଭାଇରସ ପୀଡ଼ିତଙ୍କ ପାଇଁ ଆଣ୍ଟିବାୟୋଟିକ ତିଆରି କରିବା ଦିଗରେ ବ୍ୟବହାର କରାଯାଏ ବୋଲି ସେ କହିଛନ୍ତି।

କେବଳ ଚାଇନା ନୁହେଁ ଭାରତରେ ମଧ୍ୟ କରୋନା ଭୟ ଲୋକଙ୍କୁ ଆତଙ୍କିତ କରିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିବାରୁ ଲୋକମାନେ ଏଥରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାରେ ଲାଗିଛନ୍ତି।

Image result for corona viryus

ଆହୁରି ପଢ଼ନ୍ତୁ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

You might also like