ପ୍ରେମିକଙ୍କୁ ପାନେ ଦେବା ପାଇଁ ପ୍ରେମିକା କଲା ଏମିତି ପ୍ଲାନିଂ, ହେଲେ…

ନ୍ୟୁୟର୍କ: ପ୍ରେମରୁ ପ୍ରତାରଣା ଆଉ ପ୍ରତାରଣାରୁ ପ୍ରତିଶୋଧ। ପ୍ରତିଶୋଧର ନିଆଁ ଥରେ ମନରେ ଜଳିଲେ ଲିଭାଇବା ତ କଷ୍ଟ। ତେବେ ସେଇ ନିଆଁ  କେତେବେଳେ କିପରି ଭୟଙ୍କର ରୂପ ନେବ କହିହେବନି । ଆମେ ଏଠି ଏମିତି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ, ଯିଏ ପ୍ରତିଶୋଧ ନିଆଁରେ ଜଳି ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ତାଙ୍କ ପାଇ ମହଙ୍ଗା ପଡିଛି।

ଆମେରିକାର ମେଡିସନ୍ (Madison) ସହରରେ ଜଣେ ଝିଅ ନିଜର ପୂର୍ବ ପ୍ରେମିକର ପ୍ରତିଶୋଧ ନେବା ପାଇଁ ସମସ୍ତ ସୀମା ଅତିକ୍ରମ କରିଛନ୍ତି।  । ଝିଅଟି ଲୁଚି ଲୁଚି ନିଜ ପ୍ରେମିକର କାରରେ ନିଆଁ ଲଗାଇବା ପାଇଁ ଯାଇଥିଲା । ହେଲେ ସେ ଜାଣି ନଥିଲେ ଏହାର ପରିଣତ କ’ଣ ହେବ। ଝିଅଟି ପେଟ୍ରୋଲ ସ୍ପ୍ରେ କରି ଯେମିତି କାରରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି,  ନିଆଁ ଏତେ ଜୋରରେ ଏବଂ ଏତେ ଶିଘ୍ର ମାଡି ଯାଇଥିଲା ଯେ, ନିଜେ ସେଥିରୁ ବର୍ତ୍ତି ପାରି ନ ଥିଲେ।  

ଡେଲି ମେଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁଲାଇ ୨୧  ୱିସ୍କୋସିନ୍ (Wisconsin)ସହରରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମାଡିସନ୍ ପୋଲିସ୍ ତଥ୍ୟ ଅନୁଯାୟୀ, ଝିଅଟିର ନାମ କେଲି ଏସ୍ ହେସ୍ (Kelly S Hayes) । କେଲିଙ୍କ ପ୍ରେମିକ ତାଙ୍କୁ ପ୍ରତାରଣା କରି ତାଙ୍କ ପିଲାଦିନର ବନ୍ଧୁଙ୍କ ସହ ରହିବା ଆରମ୍ଭ କରିଛନ୍ତି। ପ୍ରେମିକଙ୍କର ଏପରି ପ୍ରତାରଣାରେ କେଲି କ୍ରୋଧାନ୍ୱିତ ହୋଇ ପଡ଼ିଥିଲେ। କେଲି ପ୍ରଥମେ ତାଙ୍କ ପୋଷାକରେ ନିଆଁ ଲଗାଇ ଦେଇଥିଲେ।  ତା’ପରେ ତାଙ୍କର ଅନେକ ଜିନିଷ ମାତ୍ର 1 ଡଲାରରେ ବିକ୍ରି କରି ଦେଇଥିଲେ। ତଥାପି ତାଙ୍କର ରାଗ ଶାନ୍ତ ହୋଇ ନ ଥିଲା।

ସେ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲେ।  ଜନ୍ମଦିନରେ ସେ ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ।  ସେ ତା ପ୍ରେମିକଙ୍କ ପ୍ରିୟ କାରରେ ନିଆଁ ଲଗାଇବାକୁ ଯୋଜନା କରିଥିଲା। ୩୪ ବର୍ଷୀୟ କେଲିଙ୍କୁ ଗିରଫ କରାଯାଇଛି। ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ, କେଲି ନିଜର ପୂର୍ବତନ ପ୍ରେମିକଙ୍କ କାରରେ ନିଆଁ ଲଗାଇବା ବେଳେ ନିଜେ ଜଳି ଯାଇଥିଲେ। ତେବେ ତାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ କେଲି ଖୁବ୍  ଭୟଭୀତ ହୋଇ ଯାଇଥିବା ନଜର ଆସିଛନ୍ତି।

କେଲିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

You might also like