ଭାଲୁଟି ଏମିତି କିଛି କାମ କଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।  ଫଳରେ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳୁଛି। ଏନେଇ ବଲିଉଡର ଅଭିନେତା ଅର୍ଶଦ ୱାର୍ସି ଏକ ଭିଡିଓ ପୋଷ୍ଟ କରିଛନ୍ତି,ଯେଉଁଥରେ ଭାଲୁଟିର ଚମତ୍କାର ବୁଦ୍ଧି ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବାରମ୍ୱାର ଦେଖିବା ସହ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।

ବଲିଉଡ ଅଭିନେତା ଅର୍ଶଦ ୱାର୍ସି ଏହି ଭାଇରାଲ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ଭାଲୁଟି ଏବେ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇଗଲାଣି’। ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଭାଲୁଟି ପୁରା ମସ୍ତିରେ ରାସ୍ତାରେ ଚାଲୁଥିଲା, ସେ ଚାଲୁଥିବା ସମୟରେ ଦେଖିଲା ଯେ ରାସ୍ତାର କୋଣରେ ଏକ ଟ୍ରାଫିକ୍‌ କୋନ୍‌ଟି ତଳେ ପଡିଯାଇଛି। ପରେ ଭାଲୁଟି ଆସି ନିଜ ପାଟିରେ ତଳେ ପଡିଥିବା କୋନ୍‌କୁ ଉଠାଇ ସିଧା କରୁଥିବାର ଦେଖିବାକୁ ମିଳୁଛି। ପୁଣି ଚୁପଚାପ ନିଜ ରାସ୍ତାରେ ଚାଲିଯାଉଛି। ଏହି ଭିଡିଓଟି ସତରେ ଖୁବ୍‌ ଆଶ୍ଚର୍ଯ୍ୟଜନକ। ଭାଲୁଟିର ଷ୍ଟାଇଲ୍‌ ମଧ୍ୟ ହୃଦୟସ୍ପର୍ଶୀ।

ଅର୍ଶଦ ୱାର୍ସିଙ୍କର ଏହି ଟ୍ୱିଟ୍‌ରେ ଫ୍ୟାନ୍ସମାନେ ନିଜର ମତ ପ୍ରକାଶ କରିବା ସହିତ ଭାଲୁଟିର ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

 

You might also like