ଖେଳଣା ବାଇକ୍‌ରେ ଆସିଲା ମାଙ୍କଡ଼, ସୁଯୋଗ ଦେଖି ଛୁଆକୁ ଟେକିନେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ  ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍‌ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ମାଙ୍କଡ଼ ଏକ ଖେଳନା ବାଇକ୍ ଚଲାଇ ଗଳିରେ ପ୍ରବେଶ କରିଥିଲା। ସେତେବେଳେ ଶିଶୁଟି ଘର ବାହାରେ ଅନ୍ୟପିଲାଙ୍କ ସହ ବିସିଥିଲା। ହଠାତ୍‌ ମାଙ୍କଡଟି ବାଇକ୍‌କୁ ଛାଡି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। କିନ୍ତୁ ପାଖରେ ଥିବା ଲୋକମାନେ ଏହାକୁ ଦେଖିବାକୁ ଆସିଲାବେଳକୁ ମାଙ୍କଡଟି ଭୟରେ ଶିଶୁଟିକୁ ଛାଡି ଦେଇ ସେଠାରୁ ଚାଲିଯାଇଥିଲା। ପରେ ଶିଶୁଟି ନିଜେ ଉଠି ପଡି, ପୁଣି ବିସିଥିବା ସ୍ଥାନକୁ ଫେରିଆସିଥିଲା।

ଏହି ଭିଡିଓକୁ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ସେୟାର କରିଛନ୍ତି। ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୪.୫ ମିଲିୟନ ଭ୍ୟୁଜ୍‌ ମିଳିସାରିଛି।  ଏହାସହ ୫୮ ହଜାରରୁ ଅଧିକ ଲାଇକ୍ କରିବା ସହ ୧୬ ହଜାର ରି-ଟ୍ୱିଟ୍ କରିଛନ୍ତି।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like