ବାହୁବଳି ! ମୁଣ୍ଡ ଉପରେ ବାଇକ୍ ରଖି ବସ୍ ଉପରକୁ ଚଢିଗଲେ ଯୁବକ
ସୋଶାଲ ମିଡିଆରେ ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ମୁଣ୍ଡରେ ବାଇକ୍ ରଖି ବସ୍ ଉପରକୁ ଚଢୁଛନ୍ତି। ଏପରି ଷ୍ଟଣ୍ଡ ଅତ୍ୟନ୍ତ ଭୟାନକ। ଯୁବକ ଜଣକ ମୁଣ୍ଡରେ ବାଇକ ରଖି ଅନାୟାସରେ ଏକ ସିଡିରେ ଚଟାପଟ ଚଢୁଛନ୍ତି ଏବଂ ଗାଡ଼ିକୁ ବସ୍ ଛାତ ଉପରେ ରଖୁଛନ୍ତି। ଟ୍ୱିଟରରେ ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି, ବାଇକ୍ଟିକୁ ବସ୍ ଛାତ ଉପରକୁ ଉଠାଇବାକୁ କିଛି ଲୋକ ଚାହୁଁଛନ୍ତି। ଜଣେ ବ୍ୟକ୍ତି ମୋଟର ସାଇକେଲକୁ ମୁଣ୍ଡ ଉପରେ ରଖି ସିଡି ସାହାଯ୍ୟରେ ଉଠୁଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଏତେ ଚଟାପଟ ସିଡିରେ ଚଢୁଛନ୍ତି ଦେଖିଲେ ଭୟ ଲାଗିବ। ଫଟାଫଟ ସିଡିରେ ଚଢିବା ପରେ ବସ୍ର ଛାତ ଉପରେ ବାଇକ୍ ରଖି ଓହ୍ଲାଉଛନ୍ତି।
ks_jishnu ନାମକ ଜଣେ ଟ୍ୱିଟର ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଏହି ଭିଡିଓକୁ ୨୭ ଜୁନ୍ରେ ଶେୟାର କରିଥିଲେ। ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ଭ୍ୟୁଜ ମିଳିଲାଣି ଏହି ଭିଡିଓକୁ। ଏହାକୁ ଦେଖିବା ପରେ ଅନେକ ଆଧୁନିକ ଯୁଗର ବାହୁବଳି ବୋଲି କହିବା ଆରମ୍ଭ କରିଛନ୍ତି।
WTF 😳 pic.twitter.com/9Qb1FOZfeJ
— Jishnu (@ks_jishnu) June 27, 2020