୬ଦିନର ଶିଶୁକୁ ଚୁପ୍‌ କରିବା ପାଇଁ ଆୟା ଦେଲେ ଏମିତି ଦଣ୍ଡ, କାନ୍ଦିଲେ ବାପା-ମା’

ବେଜିଂ: ବ୍ୟସ୍ତ ବହୁଳ ଜୀବନରେ ବାପା-ମା’ଙ୍କ ପାଖରେ ସମୟର ଅଭାବ। ବିଶେଷ କରି ଛୋଟ ପିଲାଙ୍କ ଲାଳନପାଳନ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଏପରି କ୍ଷେତ୍ରରେ ଅଧିକାଂଶ ବାପା-ମା’ ଘରେ ଆୟା ରଖିଥାନ୍ତି। ତେବେ ଆୟା ଯେ ଛୋଟ ପିଲାମାନଙ୍କୁ କେତେ ସ୍ନେହ, ଆଦର ଦେଇ ପାଳନ୍ତି ତାହାର ଅନେକ ଉଦାହରଣ ଆମେ ଦେଖିଛୁ।  ଏଠି ଆମେ ଏମିତି ଜଣେ ଆୟାଙ୍କ କଥା କହିବୁ ଯିଏ ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି। ୫୦ ବର୍ଷ ବୟସ୍କା ଏହି ଆୟାଙ୍କ  କଥା ଶୁଣିଲେ ଆପଣଙ୍କ ଆଖିରୁ ବି ପାଣି ବାହାରିଯିବ।

ଚୀନର ହୁବେଇ ପ୍ରାନ୍ତର ଶାହେ ସହରର ଘଟଣା।  ୫୦ବର୍ଷର ଆୟା ଜଣକ  ୬ ଦିନର ଏକ ଶିଶୁକୁ ମାରିବା ସହ ଖେଳନା ପରି ତାକୁ ବିଛଣା ଉପରେ ଫୋପାଡୁଛନ୍ତି। ଏହାର ଏକ ଭିଡିଓ ୨୬ ବର୍ଷିୟ ମିଷ୍ଟର ଟିୟାର ପୋଲିସକୁ ଦେଇଛନ୍ତି। ଏହି ଭିଡ଼ିଓ ଦେଖିବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ବିରୋଧରେ ପୂର୍ବରୁ ଏପରି ଶିଶୁଙ୍କୁ ମାରୁଥିବା ଅଭିଯୋଗ ଆସିଥିଲା।

ଡେଲି ମେଲ ସୂଚନା ଅନୁସାରେ ଟିଆନ କହିଛନ୍ତି, ସେ ଦୁଇ ଦିନ ପାଇଁ ବାହାରକୁ ଯାଇଥିଲେ। କ୍ରିଟିକାଲ ଡେଲିଭରି ଯୋଗୁ ତାଙ୍କର ପତ୍ନୀ ଶିଶୁର ଯତ୍ନ ନେଇ ପାରୁ ନ ଥିଲେ। ତେଣୁ ସେ ୫୦ ବର୍ଷୀୟ ମିସ୍‌ ବାଙ୍ଗଙ୍କୁ ଶିଶୁର ଯତ୍ନ ନେବା ପାଇଁ ରଖିଥିଲେ। ଟିୟାନ କହିଥିଲେ, ସେ ଯେତେବେଳେ ଘରକୁ ଫେରିଲେ, ଛୁଆର ରୁମ୍‌ରେ ଲାଗିଥିବା ବେବି ମନିଟର କ୍ୟାମେରା ଫୁଟେଜ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଫୁଟେଜ ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଦେଖାଇଥିଲେ, ସେ  କାନ୍ଦି ଉଠିଥିଲେ। ଭିଡିଓରେ ଦେଖିବାକୁ ମିଳିଥିଲା, ଆୟ ୬ ଦିନର ତାଙ୍କ ଶିଶୁକୁ ଚାପୁଡ଼ା ମାରୁଛନ୍ତି । ସେ ଚୁପ୍‌ ନ ହେବାରୁ ତାକୁ ବିଛଣା ଉପରେ ଏପାଖ ସେପାଖ ଖେଳଣା ପରି  ଫିଙ୍ଗୁଛନ୍ତି।

ସ୍ୱାମୀ-ସ୍ତ୍ରୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଆୟାଙ୍କୁ ଗିରଫ କରିଛି। ଟିୟାନ ଏକଥା ମଧ୍ୟ କହିଛନ୍ତି, ଏହା ପୂର୍ବରୁ ତାଙ୍କର ବଡ ପୁଅକୁ ସେ ପିଟୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ହେଲେ ଏହାକୁ ସାଧାରଣ କଥା ବୋଲି ସେତେବେଳେ ସେ ଭାବି ନେଇଥିଲେ। ହେଲେ ଏଥର ୬ ଦିନରୁ ଶିଶୁକୁ ଏମିତି ନିଷ୍ଠୁର ଭାବେ ମାରିବାକୁ ସେ ସହଜରେ ଗ୍ରହଣ କରିପାରି ନ ଥିଲେ।

 

You might also like