‘ମୋର ଚାଲାଣ କାଟିଲେ ହଙ୍ଗାମା ହେବ, ପୂରା ବିହାର କମ୍ପିବ’

ଲକଡାଉନରେ ବିନା ହେଲମେଟରେ ସ୍କୁଟି ଚଳାଇବା ସହ ପୋଲିସ ଅଟକାଇବାରୁ ହାଇଭୋଲଟେଜ୍ ଡ୍ରାମା କଲେ ଯୁବତୀ

ପାଟଣା : ‘ମୋର ଚାଲାଣ କାଟିଲେ, ସମସ୍ତଙ୍କର ଚାଲାଣ କଟେଇ ଦେବି । ତୁମ ସମସ୍ତଙ୍କର ଚାକିରି ରହିବନି । ବିହାରରେ ହଙ୍ଗାମା ହେବ । ୧୧ଟାରେ ମୋର ଟ୍ରେନ୍ ଧରିବାର ଅଛି । ବିଗତ ୩ ଘଂଟା ଧରି ଘରୁ ଷ୍ଟେସନ ଯିବା ପାଇଁ ଗାଡ଼ି ଖୋଜୁଛି । କିନ୍ତୁ ଷ୍ଟେସନ୍ ଯିବା ପାଇଁ କୌଣସି ବି ଗାଡ଼ି ମକ୍ଟଳରନି । ଆଉ ସେଥିପାଇଁ ଏମିତି ଘୁରି ବୁଲୁଛି । ତୁମର ଅଫିସରଙ୍କ ସହ ମୋର ଚିହ୍ନାଜଣା ଅଛି । ମୋ ସହ ଲାଗିଲେ ଭଲ ହେବନି, କହିଦେଉଛି ।’ ବିହାରର ପାଟଣାରେ ଜଣେ ଯୁବତୀ ପୋଲିସ ସହ ଯୁକ୍ତିତର୍କର ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲକଡାଉନ୍ ନିୟମ ଭାଙ୍ଗି ପୋଲିସକୁ ନାଲି ଆଖି ଦେଖାଇଛନ୍ତି ଯୁବତୀ ।

ବିହାର ପାଟଣା ବୋରିଂ ରୋଡ ଛକ ନିକଟରେ ହାଇଭୋଲଟେଜ ଡ୍ରାମା କରିଛନ୍ତି ଯୁବତୀ । ସାରା ରାଜ୍ୟରେ ଲକଡାଉନ୍ ନିୟମ ଲାଗୁ ହୋଇଥିବା ବେଳେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ ଯୁବତୀ ଜଣକ ରାତି ଅଧରେ ଲକଡାଉନ୍ ନିୟମ ଭାଙ୍ଗିବା ସହ ବିନା ହେଲେମେଟରେ ସହର ସାରା ବେପରୁଆ ଭାବେ ଘୁରି ବୁଲୁଥିଲେ । ପୋଲିସର ନଜରରେ ଆସିବାରୁ ତାଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଥିଲେ ଏବଂ ଚାଲାଣ କାଟିଥଲା । ତେବେ ଚାଲାଣ କାଟିବାରୁ ରାଗରେ ପଞ୍ଚମ ହୋଇଯାଇଥିଲେ ଯୁବତୀ ଜଣକ ଏବଂ ରାସ୍ତା ମଝିରେ ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ପୋଲିସ ଅଟକାଇବା ପରେ ଅତି ଭଦ୍ର ଭାବରେ ଯୁବତୀଙ୍କୁ ବୁଝାଉଥିବା ବେଳେ ଯୁବତୀ ଜଣକ କିନ୍ତୁ କିଛି ବି କଥା ଶୁୁଣିବାକୁ ନାରାଜ ଥିଲେ । ଘଟଣାସ୍ଥଳକୁ ଏଏସପି ଉପେନ୍ଦ୍ର ଶର୍ମାଙ୍କୁ ଡକାଇବା ପାଇଁ ଜିଦ୍ ଧରିଥିଲେ । ରାସ୍ତାରେ ଡ୍ରାମା ଆରମ୍ଭ କରି ଯୁବତୀ ଜଣକ କହିଥିଲେ, ସରକାର କିଛି ନବୁଝି ଲକଡାଉନ୍ କରିଦେଲେ । ସାଧାରଣ ଜନତା ଏଠି ଭୋକରେ ମରୁଛନ୍ତି । ଏଠାରେ କେହି କାହାରି କଥା ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଖାଦ୍ୟ ବିହୁନରେ ଗରିବ ଲୋକେ ଘାଣ୍ଟି ହେଉଛନ୍ତି । ହେଲେ ବିନା ହେଲମେଟେ ବାହାରିଲି ବୋଲି ଫାଇନ୍ କଟାଯିବ । ମୁଁ ଫାଇନ୍ ଦେବିନି, ଯାହା କରିବା କଥା କର ।

ପୋଲିସ ସହ ବିତଣ୍ଡା ଯୁକ୍ତି କରିବା ସହ ଭିଡିଓ ଉତ୍ତୋଳନ କରୁଥିବା ମିଡିଆ ଭାଇଙ୍କ ଉପରେ ମଧ୍ୟ ବର୍ଷିିଥିଲେ ଯୁବତୀ ଜଣକ । କେବଳଳେ ଏତିକି ନୁହେଁ ବିହାରର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ନଥିଲେ ଯୁବତୀ । ଲକଡାଉନ୍ ଓ ମହାମାରୀ ପାଇଁ ଉଭୟଙ୍କୁ କାଠଗଡ଼ାକୁ ଟାଣି ଅଭ୍ରଦ ଟିପ୍ପଣୀ ଦେଇଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପୋଲିସ ସହ ଏପରି ଯୁକ୍ତିତର୍କ କରିଛନ୍ତି ଯୁବତୀ ଜଣକ ।

You might also like