ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ସୁଶାନ୍ତଙ୍କ ଭଉଣୀ, କହିଲେ- ‘ମୋ ଭାଇକୁ ନ୍ୟାୟ ଦିଅନ୍ତୁ’

ମୁମ୍ବଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସଂହ ରାଜପୁତ୍‌ଙ୍କ ମୃତ୍ୟୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତେବେ ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ପ୍ରତି ଅନେକ ଅଙ୍ଗୁଳି ଉଠିଥିବାବେଳେ ଉଦ୍ଧବ ଠାକ୍‌ରେ କିନ୍ତୁ ମୁମ୍ବାଇ ପୋଲିସକୁ ସମର୍ଥନ ଦେଇଛନ୍ତି। ଅନ୍ୟପକ୍ଷେ ଏହି ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦାବି ଉଠୁଥିବାବେଳେ ସୁପ୍ରିମ କୋର୍ଟ ମଧ୍ୟ ଏହି ଦାବିକୁ ଏଡ଼ାଇ ଦେଇଛନ୍ତି।

ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ବିରୋଧରେ FIR ଦାଏର କରିବା ସହ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇତି ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି। ଏପରିକି ପ୍ରମାଣ କରାଯିବାର ଆଶଙ୍କା ଥିବାରୁ ସେ ଏ ଦିଗରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଶ୍ୱେତା ସିଂହ କୀର୍ତ୍ତି ଇନ୍‌ଷ୍ଟାରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ମୋଦିଙ୍କୁ  ଗୁହାରି କରି ଏହି ମାମଲାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ‘ଇଣ୍ଡଷ୍ଟ୍ରିରେ ମୋ ଭାଇର କେହି ଗଡ୍‌ ଫାଦର ନ ଥିଲେ। ଆମେ ବହୁତ ସାଧାରଣ ପରିବାରର। ଆମର ଭାଇ ବଲିଉଡ୍‌ରେ ଏକମାତ୍ର  ଷ୍ଟାର ଥିଲା ଯିଏ ଆମ ପରି ପରିବାରରୁ ଆସିଥିଲା। ଆପଣଙ୍କ ପାଖରେ ପ୍ରାର୍ଥନା, ଆପଣ ଘଟଣାକୁ ଗୁରତ୍ୱର ନେଇ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କରନ୍ତୁ। ପ୍ରମାଣ ଯେପରି ନଷ୍ଟ କରା ନ ଯାଏ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉ।’

ଏହି ପୋଷ୍ଟକୁ ଶେୟାର କରି ଶ୍ୱେତା  ଏହାର କ୍ୟାପ୍ସନ ଦେଇଛନ୍ତି। କ୍ୟାପ୍ସନରେ ଲେଖିଛନ୍ତି ‘ ମୁଁ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଭଉଣୀ ଏବଂ ପୁରା ମାମଲାର ତୁରନ୍ତ ଯାଞ୍ଚ ପାଇଁ ଅନୁରୋଧ କରୁଛି। ଭାରତର ନ୍ୟାୟ ବ୍ୟବସ୍ଥା ଆମର ବିଶ୍ୱାସ ରହିଛି। ଯେ କୌଣସି ପରିସ୍ଥିତିରେ ବି ଆମେ ନ୍ୟାୟ ପାଇଁ ଆଶ ରଖିଛୁ।

ଏହା ପରେ ସେ ନିଜ ପୋଷ୍ଟକୁ ପିଏମ ମୋଦି ଏବଂ ପିଏମ୍‌ଓ ଇଣ୍ଡିକୁ ଟ୍ୟାଗ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like