ଅସୁସ୍ଥ ଛୁଆକୁ ଧରି ହସ୍ପିଟାଲ୍‌‌ରେ ପହଞ୍ଚିଲା ବିଲେଇ, ଡାକ୍ତର ଦେଖି ଆଚମ୍ବିତ

ଇସ୍ତାନବୁଲ୍‌:  ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ।  ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି ମହାମାରୀ କରୋନା। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୩୦୦ରେ ପହଞ୍ଚି ଥିବାବେଳେ ୩ ହଜାର ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏସବୁ ଭିତରେ ସୋସିଆଲ୍‌ ମିଡିଆରେ ଏକ ବିଲେଇକୁ ନେଇ ବେଶ୍‌ ଚର୍ଚ୍ଚା। ଏହି ବିଲେଇଟି ଏଭଳି କିଛି କାର୍ଯ୍ୟ କରିଛି, ଯାହାକୁ ନେଇ ଚର୍ଚ୍ଚା ହେବାସହ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।

TRT ୱାର୍ଲଡ୍‌ର ସୂଚନା ଅନୁସାରେ, ଇସ୍ତାନବୁଲ୍‌ର ଏକ ହସ୍ପିଟାଲ୍‌ରେ ଏକ ବିଲେଇ ହଠାତ୍‌ ଏମରଜେନ୍ସି କେୟାର୍‌ରେ ପହଞ୍ଚି ଯାଇଥିଲା। ଆଶ୍ଚର୍ଯ୍ୟକର ଘଟଣା, ବିଲେଇଟି ତା’ର ମୁହଁରେ ନିଜ ଛୁଆକୁ କାମୁଡିକି ଧରିଥିଲା। ଏପରିକି ବିଲେଇଟି ଛୁଆକୁ ଧରି ଏମରଜେନ୍ସି କେୟାର୍‌ ବାହାରେ ବସିବା ସହ ଡାକ୍ତରମାନଙ୍କୁ ମଧ୍ୟ ଅଟକାଇବା ପାଇଁ ପ୍ରୟାସ କରୁଥିଲା।

ଯେତେବେଳେ ଡାକ୍ତର ବିଲେଇ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ, ଜଣାପଡ଼ିଥିଲା ଯେ ସେ ଅସୁସ୍ଥ ଅଛି। ଏଥିପାଇଁ ତା’ର ମା’ ସାହାଯ୍ୟ ପାଇଁ ହସ୍ପିଟାଲ ପର୍ଯ୍ୟନ୍ତ ଚାଲି ଆସିଛି। ଏସବୁ ଘଟଣା ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କୁ ଆଚମ୍ବିତ କରିଥିଲା। ଯେତେବେଳେ ଡାକ୍ତରମାନେ ବିଲେଇ ଛୁଆଟିର ଚିକିତ୍ସା କରୁଥିଲେ ସେତେବେଳେ ତା’ର ମା’ ମଧ୍ୟ ସେହି ସ୍ଥାନରେ ବସି ରହି ସବୁ କିଛି ଦେଖୁଥିଲା।

ମିଳିଥିବା ସୂଚନା ଅନୁସାରେ, ଆବଶ୍ୟକୀୟ ଔଷଧ ନ ଥିବାରୁ ଚିକିତ୍ସା ପାଇଁ ବିଲେଇ ଛୁଆଟିକୁ ଡାକ୍ତରମାନେ ଭେଟ୍‌ନାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ଏହି ପୂରା ଘଟଣାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି। ‌

 

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like