ଆଶ୍ଚର୍ଯ୍ୟ ! ଗର୍ଭ ନିୟନ୍ତ୍ରଣ ଡିଭାଇସ୍‌ ଧରି ଜନ୍ମ ନେଲା ଶିଶୁ

ତାଇପେଇ(Taiwan): ବେଳେବେଳେ ଏମିତି କିଛି ଘଟଣା ଜୀବନରେ ଘଟେ ଯାହାର ଉତ୍ତର ମିଳେନି।  ଦେଖିଲେ ଏତିକି ଅନୁଭବ ହୁଏ-ପ୍ରକୃତରେ ଏ ଦୁନିଆ କେଡେ ବିଚିତ୍ର । ଏମିତି ଏକ ବିଚିତ୍ର ଘଟଣା ପ୍ରସଙ୍ଗରେ କହିବାକୁ ଯାଉଛୁ। ତାଇବାନରେ ଘଟିଛି ଏଇ ବିଚିତ୍ର ଘଟଣା। ଏକ ଶିଶୁ ସନ୍ତାନ ଏଠି ଜନ୍ମ ନେଇଛି ଯାହାର ହାତରେ ରହିଛି ଆଣ୍ଟି ପ୍ରେଗ୍ନେନ୍ସି କଣ୍ଟ୍ରାସେପ୍ଟିଭ (IUD)।  ଗର୍ଭ ନିୟନ୍ତ୍ରଣ ପାଇଁ ମା’ ଏହାକୁ ବ୍ୟବହାର କରିଥିଲେ। ଏହି ଶିଶୁର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସାଧାରଣ ଗର୍ଭ ରୋକିବା ପାଇଁ ମହିଳାମାନେ ଏହାକୁ ବ୍ୟବହାର କରିଥାନ୍ତି। ଭାରତରେ ଏହା କପର-ଟି ଭାବେ ପରିଚିତ। ଖବର ଅନୁଯାୟୀ, ଉକ୍ତ ମହିଳାଜଣକ  ମଧ୍ୟ ଗର୍ଭ ରୋକିବା ପାଇଁ ଏହାକୁ ବ୍ୟବହାର କରିଥିଲେ। ହେଲେ ଏହି ଗର୍ଭନିରୋଧକ ତାଙ୍କ ପାଖରେ କେବଳ ଫେଲ ମାରିନି ବରଂ ଶିଶୁଟି ଜନ୍ମବେଳେ ଏହାକୁ ହାତରେ ଧରି ଜନ୍ମ ନେଇଛି। ତାଇୱାନର ହାଇଫୋଙ୍ଗ ସହରର ହାଇଫୋଙ୍ଗ ଇଣ୍ଟରନାଶନାଲ ହସ୍ପିଟାଲରେ ଗତ ସପ୍ତାହରେ ଏହି ଶିଶୁର ଜନ୍ମ ହୋଇଛି।

ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁଟି ଯେତେବେଳେ ଜନ୍ମ ହେଲେ ସେତେବେଳେ ତା’ର ହାତରେ ଏହି କଣ୍ଟ୍ରାସେପ୍ଟିଭ ଥିଲା। ଏହାକୁ ଶିଶୁଟି ଜାବୁଡ଼ି ଧରିଥିଲା। ଡାକ୍ତର ତ ଏହା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ମହିଳାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ବ୍ୟବହାର କରିଥିବା ସ୍ୱୀକାର କରିଥିଲେ।

ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର କହିଥିଲେ, ‘ଶିଶୁକୁ ଦୁନିଆକୁ ନ ଆଣିବା ପାଇଁ ଯେଉଁ ଅସ୍ତ୍ର ବ୍ୟବହାର କରାଯାଇଥିଲା ତାହାକୁ ହାତରେ ଧରି ସେ ଜନ୍ମ ନେଇଛି। ଏହି ଦୃଶ୍ୟ ବହୁତ ରୋଚକ ଥିଲା। ତେଣୁ ଶିଶୁଟିର ଫଟୋ ଉଠାଇଲି। ’

ଅନ୍ୟପକ୍ଷେ ମହିଳା ଜଣକ କହିଛନ୍ତି, ପ୍ରାୟ ୨ବର୍ଷ ତଳେ ଏହାକୁ ବ୍ୟବହାର କରିଥିଲି । କିଛି ଦିନ ଯାଏ ଏହା କାମ କରିଥିଲା। ତେବେ କିଛି ମାସ ତଳେ ସେ ଜାଣିପାରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି।

ଡାକ୍ତରଙ୍କ କହିବା ଅନୁଯାୟୀ ବେଳେବେଳେ ଏହା ନିଜ ସ୍ଥାନରୁ ଘୁଞ୍ଚି ଯାଇଥାଏ। ଯାହା ବି ହେଉ, ଏବେ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like