ଚନ୍ଦ୍ରଯାନ-୨ର ଅର୍ବିଟର୍‌ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା

ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଆଜି ସଫଳତା ପୂର୍ବକ ଚନ୍ଦ୍ରଯାନ-୨ର ଅର୍ବିଟର୍‌ରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭୋର ପ୍ରଜ୍ଞା ଅଲଗା ହୋଇଛନ୍ତି। ଏବେ ସେପ୍ଟେମ୍ବର ୭ରେ ବିକ୍ରମ ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ରାତି ୧.୫୫ରେ ହିଁ ବିକ୍ରମ ଚନ୍ଦ୍ରରେ ପ୍ରବେଶ କରିବ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ୧.୩୫ରେ ଚନ୍ଦ୍ରଯାନ-୨ର ଅର୍ବିଟର୍‌ରୁ ବିକ୍ରମ ଅଲଗା ହୋଇଥିଲା। ପୂର୍ବରୁ ବୈଜ୍ଞାନିକମାନେ ଦିନ ୧.୩୦ରେ ବିକ୍ରମ ଚନ୍ଦ୍ରଯାନଠାରୁ ଅଲଗା ହେବ ବୋଲି ଆକଳନ କରିଥିଲେ। ଠିକ୍ ସମୟରେ ଅର୍ଥାତ ୧.୩୫ରେ ହିଁ ବିକ୍ରମ ଚନ୍ଦ୍ରଯାନରୁ ଅଲଗା ହୋଇ ତା’ର ଜହ୍ନମାମୁ ଯାତ୍ରା ଆରମ୍ଭ କରିଛି।

ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ରର ୫ମ କକ୍ଷପଥରେ ରହିଛି। ଚନ୍ଦ୍ର ଚାରିପଟେ ବୁଲିବା ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟର୍‌ରୁ ଅଲଗା ହୋଇଛି। ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନକୁ ସଫ୍ଟଲ୍ୟାଣ୍ଡ୍ କରାଇବା ପାଇଁ ଇସ୍ରୋ ପୂରା ଆଶାବାଦୀ ଅଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ପହଞ୍ଚିବା ପରେ ଏଥିରୁ ପ୍ରଜ୍ଞା ଅଲଗା ହୋଇଯିବ। ଅବତରଣର ୫ ଘଣ୍ଟା ୩୦ ମିନିଟ୍‌ ପରେ ଏହି ମିଶନ୍‌ର ଫଟୋ ଆସିବା ଆରମ୍ଭ କରିବ। ତେବେ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଭିଡିଓ ରେକର୍ଡିଂ ଆରମ୍ଭ କରିଦେବ।
ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ୩ ଏବଂ ୪ ସେପ୍ଟେମ୍ବରରେ ଲ୍ୟାଣ୍ଡିଂ ସାଇଟ୍‌ର ପ୍ରଥମ ମାନଚିତ୍ର ଠାବ କରାଯିବ। ସଫ୍ଟ ଲ୍ୟାଣ୍ଡିଂ ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ଋଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି। ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ଗତ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତ୍‌କ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

ଚନ୍ଦ୍ରର ଆଗ୍ନେୟଗିରିଗୁଡ଼ିକ ଉପରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ପଡ଼ିନାହିଁ। ଏହା ସୌରମଣ୍ଡଳରେ ଏକ ବଡ଼ ରେକର୍ଡ। ଚନ୍ଦ୍ରର ଅନ୍ଧାର ଅଞ୍ଚଳରେ ୧୦୦ ମିଲିଅନ୍‌ ଟନ୍‌ ଜଳ ଗଚ୍ଛିତ ରହିଥିବା ଆକଳନ କରାଯାଇଛି। ଏହାର ମାଟି ତଳେ ହାଇଡ୍ରୋଜେନ୍‌, ଆମୋନିଆ, ମିଥେନ୍‌, ସୋଡିୟମ୍‌, ମର୍କୁରୀ ଏବଂ ସିଲଭର ଆଦି ବୃହତ୍‌ ପରିମାଣରେ ଗଚ୍ଛିତ ଥିବା କୁହାଯାଉଛି। ତେଣୁ ଭବିଷ୍ୟତରେ ମହାକାଶ ଗବେଷଣା ଦିଗରେ ଚନ୍ଦ୍ରର ଦକ୍ଷିଣ ମେରୁ ହିଁ ସବୁଠାରୁ ବଡ଼ ଆଧାର ହେବ ବୋଲି ବିଶ୍ୱାସ କରାଯାଉଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like