ଇତିହାସ ରଚିବାକୁ ଆଉ ମାତ୍ର କେଇ ମିନିଟର ଅପେକ୍ଷା; ସମୟ ନିର୍ଘଣ୍ଟ ଜାରିକଲା ଇସ୍ରୋ, ୧.୫୩ରେ ଚନ୍ଦ୍ର ଛୁଇଁବ ବିକ୍ରମ

ବେଙ୍ଗାଲୁରୁ: ଇତିହାସ ରଚିବାକୁ ଯାଉଛି ଭାରତ। ଉତ୍କଣ୍ଠାର ସହ ଚାହିଁଁ ରହିଛି ସାରା ବିଶ୍ୱ। କାରଣ ଭାରତର ମହାକାଶ ମହା ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ। ଏଥିପାଇଁ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନର ସମୟ ନିର୍ଘଣ୍ଟ ଜାରିକଲା ଇସ୍ରୋ।

ଇସ୍ରୋ ଜାରି କରିଥିବା ସମୟ ଅନୁସାରେ ୧ଟା ୩୮ରେ ରଫ୍ ବ୍ରେକିଂ ଆରମ୍ଭ ହେବ। 30 କିମି ଉଚ୍ଚରେ ରହିବ ବିକ୍ରମ ୧ଟା ୪୮ରେ ଫାଇନ୍ ବ୍ରେକିଂ ଆରମ୍ଭ ହେବ। ସେତେବେଳେ ୭.୪ କିମି ଉପରେ ରହିବ ବିକ୍ରମ। ରାତି ଗୋଟାଏ ୫0ରେ ଲୋକାଲ୍ ନେଭିଗେସନ୍ ଆରମ୍ଭ ହେବ।୧.୫୨ରେ ଚନ୍ଦ୍ର ପୃଷ୍ଠର ପ୍ରଥମ ଫଟୋ ପଠାଇବା ଆରମ୍ଭ କରିବ ଚନ୍ଦ୍ର ଯାନ।

ରାତି ୧.୫୩ ଲ୍ୟଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠ ଛୁଇଁବ। ରାତି ୩ ଟା ୫୩ରେ ରୋଭର ପ୍ରଜ୍ଞାନ ସିଡ଼ି ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବ ସହିତ ଭୋର ୪ଟା ୨୩ରେ ସକ୍ରିୟ ହେବ।  ୫ଟା ୩ରେ ପ୍ରଜ୍ଞାନର ସୋଲାର୍ ପ୍ୟାନେଲ୍ କାର୍ଯ୍ୟକ୍ଷମ ହେବ। ସେହିଭିଳି ୫ଟା ୧୯ରେ ଲ୍ୟାଣ୍ଡର ବିକ୍ରମରୁ ଓହ୍ଲାଇବ ରୋଭର୍ ପ୍ରଜ୍ଞାନ। ଭୋର ୫ ଟା୨୯ରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠକୁ ଛୁଇଁବ। . ୫ ୪୫ ରେ 3D କ୍ୟାମେରାରେ ଫଟୋ ଛାଡ଼ିବ ରୋଭର ପ୍ରଜ୍ଞାନ। ତେବେ ଇସ୍ରୋ  ଜାରି କରିିଥିବା ଏହି ସମୟ ସାରଣୀରେ ସାମାନ୍ୟ ପରବର୍ତ୍ତନ ହୋଇପାରେ ବୋଲି ଇସ୍ରୋ କହିଛି।

ଶିବନ୍‌ ପୂର୍ବ ଥର ଦେଇଥିବା ସୂଚନା ପରି ଶେଷ ୧୫ ମିନିଟ୍ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରିବା ଆମ ପାଇଁ ଚ୍ୟାଲେଞ୍ଜିଂ ହେବ।

୫ ଜଣ ଇଞ୍ଜିନିୟର ଏହି ସମୟରେ ଲ୍ୟାଣ୍ଡରକୁ ଓଲଟି ଡିରେକ୍ସନ୍‌ରେ ଯିବା ପାଇଁ ବାଧ୍ୟ କରିବେ। ଏହା ଫଳରେ ଏହାର ଗତି କମ୍‌ କରିହେବ। ତେଣୁ ଏହି ସମୟରେ ଲ୍ୟାଣ୍ଡର ଦୋହଲିବାର ସମ୍ଭାବନା ରହିଛି। ଇସ୍ରୋ ଦେଇଥିବା ସୂଚନା ଅନୁଯାୟୀ ୧.୧୫ ବେଳେ ଏହି ଦୃଶ୍ୟର ସିଧା ପ୍ରସାରଣ ଆପଣ ଦେଖିପାରିବେ। ଦୂରଦର୍ଶନ ବ୍ୟତୀତ ଇସ୍ରୋର ସମସ୍ତ ସୋଶାଲ ମିଡିଆ ସାଇଟ୍‌ରେ ଏହା ଉପଲବ୍ଧ ହେବ। ୯୭୮ କୋଟି ଟଙ୍କାର ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାବେଳେ ବର୍ତ୍ତମାନ ସାରା ବିଶ୍ୱ ଏହା ଉପରେ ନଜର ରଖିଛି।

ଏହା ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରରେ ସୁକ୍ଷ୍ମ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।  ୪୮ ଦିନର ଯାତ୍ରା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଅବତରଣ ପରେ ଲ୍ୟଣ୍ଡର ବିକ୍ରମରୁ ଅଲଗା ହୋଇଯିବ ପ୍ରଜ୍ଞାନ। ଚନ୍ଦ୍ର ପୃଷ୍ଠରେ ୫00 ମିଟର ବୁଲି ସୌରଶକ୍ତି ସଂଗ୍ରହ କରିବ ପ୍ରଜ୍ଞାନ। ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ ହେଲେ ୧୫ ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି।

ଆହୁରି ପଢ଼ନ୍ତୁ

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

You might also like