ଶୁଟ୍ଆଉଟ୍ ରାତିରେ ସାଇକେଲ ଧରି ଫେରାର ହୋଇ ଯାଇଥିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍।
ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍ରେ ଡାକ୍ତର ବିକାଶକୁ ମୃତ ଘୋଷଣା କରିଛନ୍ତି।
ମିଳିଥିବା ଖବର ଅନୁଯାୟୀ, କାନ୍ପୁରରେ ହୋଇଥିବା ସୁଟ୍ଆଉଟ୍ ଦିନ ରାତିରେ ବିକାଶ ଦୁବେ ପୋଲିସ ଗୁଳିରୁ ବର୍ତ୍ତି ବିକରୁ ଗାଁକୁ ପଳାଇଥିଲା। ସେଠାରୁ ଏକ ସାଇକେଲ୍ରେ ୫ କିମି ଦୂର ଶିବଲି କସ୍ବେକୁ ପଳାଇ ଯାଇଥିଲା। ସେଠାରୁ କାହାର ଏକ ବାଇକ୍ ନେଇ ପଳାଇ ଯାଇଥିଲା। ପୋଲିସରMobile Surveillance ଯାଞ୍ଚ ପରେ ଏକଥାର ପର୍ଦ୍ଦାଫାସ ହୋଇଥିଲା।
ଫେରାର ହେବା ପରେ ବିକାଶ ତା’ର ମୋବାଇଲ ବନ୍ଦ କରି ଦେଇଥିଲା। କୁହାଯାଉଛି, ବିକାଶ ଲକ୍ଷ୍ନୌ ପଳାଇ ଯାଇଥିଲା। ବିକାଶର ପତ୍ନୀ ମଧ୍ୟ ଲକ୍ଷ୍ନୌସ୍ଥିତ ଘରୁ ଫେରାର ହୋଇ ଯାଇଥିଲା।
ଯାହା ବି ହେଉ, ୮ ଜଣ ପୋଲିସଙ୍କୁ ହତ୍ୟା କରିବା ପରେ ଏସଟିଏଫ ହାତରୁ ଖସି ଯାଇଥିଲା। ସେ ହାଇଦ୍ରାବାଦ୍ ଯାଇ ସେଠାରେ ଏକ ହୋଟେଲରେ ରୁମ୍ ବୁକ୍ କରିବା ପାଇଁ ଚାହୁଁଥିଲା। କିନ୍ତୁ ଆଇଡି ନ ଥିବାରୁ ତାଙ୍କୁ ରୁମ୍ ମିଳି ନ ଥିଲା। ଏହି ଖବର ପାଇବା ପରେ ଏସଟିଏଫ୍ ଟିମ୍ ଉକ୍ତ ହୋଟେଲରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ସେ ସେଠାରୁ ପଳାଇ ଯାଇଥିଲା।
ଚୌବେପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ପରେ ବିକାଶ ଦୁବେଙ୍କ ସହଯୋଗୀ ଅମର ଦୁବେଙ୍କୁ ୟୁପି ଏସ୍ଟିଏଫ ବୁଧବାର ଏନକାଉଣ୍ଟରରେ ମାରି ଦେଇଥିଲା।