ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣାରେ ନିଜ ପକ୍ଷ ରଖିଲେ ୟୁପି ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ରେ ସର୍ବୋଚ୍ଚ କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି କୋର୍ଟରେ ନିଜର ପକ୍ଷ ରଖିଛନ୍ତି ୟୁପି ସରକାର।

ବିକାଶ ଦୁବେଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା। ସେ ତାହା ନ କରି ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲା ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି।

ବିକାଶ ଦୁବେ ଏନ୍‌କାଉଣ୍ଟର ଏଫିଡେଭିଟ୍‌ରେ ଯୁପି ସରକାର ଦର୍ଶାଇଛନ୍ତି ଯେ, ବିକାଶ ଦୁବେକୁ ନେଇ ଉଜ୍ଜୈନ୍‌ରୁ କାନପୁର ଆସୁଥିବା ଗାଡ଼ିଟି ଓଲଟି ପଡ଼ିଥିଲା। ବର୍ଷା ଓ ଦ୍ରୁତ ଗତି ଯୋଗୁ ଗାଡ଼ିଟି ଉଲଟି ପଡ଼ିବା ପରେ ଗାଡ଼ିରେ ଥିବା ପୁଲିସ୍ କର୍ମୀ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ବିକାଶ ଜଣେ ଆହତ ପୁଲିସ କର୍ମୀଙ୍କଠାରୁ ପିସ୍ତଲ ଛଡ଼ାଇ ନେଇଥିଲା।

ଏହାପରେ ବିକାଶକୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା କିନ୍ତୁ ମନା କରିବା ସହିତ ପୁଲିସ ଉପରକୁ ଗୁଳି ଚଳାଇଥିଲା। ତେଣୁ ଆଉ ମାତ୍ର ଗୋଟିଏ ରାସ୍ତା ଥିଲା। ଆତ୍ମରକ୍ଷା ପାଇଁ ଦୁବେ ଉପରକୁ ଗୁଳି ଚଳାଇଥିଲା ପୁଲିସ। ତେବେ ଏହି ଘଟଣାରେ ଏକ ତଦନ୍ତ କମିସନ ଗଠନ କରାଯାଇଛି ବୋଲି ୟୁପି ସରକାର ଏପିଡେଭିଟ୍‌ରେ ଦର୍ଶାଇଛନ୍ତି।

ସୂଚନା ଥାଉକି, ଜୁଲାଇ ୧୦ ତାରିଖରେ ବିକାଶ ଦୁବେଙ୍କୁ ଏନ୍‌କାଉଣ୍ଟର କରିଥିଲା ପୁଲିସ। ପୁଲିସର କହିବାନୁସାରେ, ବିକାଶକୁ ସକାଳୁ ଉଜ୍ଜୈନ୍‌ରୁ କାନ୍‌ପୁର ନେବା ବେଳେ ଗାଡ଼ିଟି ଭୁତିଆ ପାଖରେ ଓଲଟି ପଡ଼ିଥିଲା। ଏହି ସମୟରେ ବିକାଶ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ କହିଛି। ଏହାପରେ ପୁଲିସ୍‌କୁ ଏନ୍‌କାଉଣ୍ଟର କରିଥିଲା ପୁଲିସ।

ଆଫିଡେଭିଟ୍‌ରେ ୟୁପି ସରକାର ଏହା ମଧ୍ୟ ଦର୍ଶାଇଛନ୍ତି ଯେ ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣା ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣା ଠାରୁ ଭିନ୍ନ। ତେବେ ଏହାର ପରବର୍ତ୍ତି ଶୁଣାଣି ଜୁଲାଇ ୨୦ରେ ହେବ।

 

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like