ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଦୁଇ ସହଯୋଗୀ ଗିରଫ
ମୁମ୍ବାଇ: କାନପୁର ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ଏହି ଦୁଇ ଅଭିଯୁକ୍ତ ହେଲେ ଗଡ୍ଡନ ତ୍ରିବେଦୀ ଓ ସୋନୁ ତିୱାରୀ। ସେଦିନ ୮ ପୁଲିସ ସହିଦ ହେବା ଘଟଣାରେ ସାମିଲ୍ ଥିବା ଗଡ୍ଡନ ତ୍ରିବେଦୀ ଘଟଣା ଘଟାଇବା ପରେ ନିଜ ମୋବାଇଲ୍କୁ ତା ଗାଁ ପାଖ ଏକ ଦୋକାନରେ ରଖି ଫେରାର୍ ହୋଇଯାଇଥିଲା।
ଘଟଣାସ୍ଥଳରରୁ ଫେରାର୍ ବେଳେ ଗଡ୍ଡନ ତା ଡ୍ରାଇଭର ସହିତ ଦତିୟା ପର୍ଯ୍ୟନ୍ତ ଆସିବା ପରେ ସଠାରୁ ଏକ ଟ୍ରକ୍ ଯୋଗେ ନାସିକ ଓ ସେଠାରୁ ଆଉ ଏକ ଟ୍ରକ ଯୋଗେ ପୁଣେ ହେଇ ଠାଣେରେ ପହଞ୍ଚିଥିଲା। ସେଠାରେ ସେ ଜଣେ ପରିଚିତଙ୍କ ଘରେ ରହୁଥିଲେ। ଏହିଠାରୁ ଟିଭି ମାଧ୍ୟମରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଥିଲା।
ତେବେ ବିକାଶ ଦୁବେର ଜଣେ ସହଯୋଗୀ ମୁମ୍ବାଇର ରହୁଥିବା ଖବର ମିଳିବା ପରେ ପୁଲିସ୍ ତାକୁ ଧରିବାକୁ ଜାଲ ବିଛେଇଥିଲା। ଏହାପରେ ଆଖପାଖ ଅଞ୍ଚଳରେ ଛାନ୍ଭିନ୍ ଗଡ୍ଡନ ଓ ତା ଡ୍ରାଇଭର ସୁମନ ତିୱାରୀକୁ ଗିରଫ କରିଥିଲା ପୁଲିସ।
ଗଡ୍ଡନ ବିକାଶ ଦୁବେ ସହିତ ଅନେକ ଅପରାଧିକ କାର୍ଯ୍ୟକଳାପରେ ସାମିଲ୍ ଥିଲା। ମନ୍ତ୍ରୀ ସନ୍ତୋଷ ଶୁକ୍ଲା ହତ୍ୟା ଘଟଣା ବି ସାମିଲ ରହିଛି। ଗଡ୍ଡନକୁ ଗରିଫ କରିବା ପାଇଁ ୟୁପି ସରକାର ପୁରସ୍କାର ରାଶି ବି ଘୋଷଣା କରିଛନ୍ତି।
ଅନ୍ୟପଟେ କାନପୁର ଗୁଳିକାଣ୍ଡରେ ୮ ପୁଲିସ ଅଫିସର ସହିଦ ଘଟଣାର ତଦନ୍ତ ପାଇଂ ଏସ୍ଆଇଟି(ସ୍ପେଶିଆଲ୍ ଇନ୍ବେଷ୍ଟିଗେସନ୍ ଟିମ୍) ଗଠନ ହୋଇଛି। ମାମଲାର ଯାଞ୍ଚ କରି ୩୧ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ସରକାର କହିଛନ୍ତି।