କିଛି ଦିନ ଭିତରେ ଭାରତ ଫେରିପାରନ୍ତି ବିଜୟ ମାଲ୍ୟା

ନୂଆଦଲ୍ଲୀ:ଆଗାମୀ କିଛି ଦିନ ଭିତରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିପାରେ ଲଣ୍ଡନ। ଅନ୍ତର୍ଜାତିକ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରତ୍ୟର୍ପଣ ସମ୍ପର୍କିତ ସମସ୍ତ ଔପଚାରିକତା ଶେଷ ହୋଇଛି। ଭାରତ ସରକାର ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଲଣ୍ଡନରୁ ଆଣିପାରନ୍ତି।

ସୂଚନାଥାଉ କି, ମେ’୧୪ରେ ମାଲ୍ୟା ଭାରତ ସରକାରଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଖାରଜ କରି ଦେଇଥିଲେ।

ସୂଚନାଥାଉ କି, ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର ଦେଶରେ କିଙ୍ଗଫିଶର ମଦ, ଏୟାରଲାଇନ୍ସ ଆଦି ବ୍ୟବସାୟ ରହିଛି। ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ପରିଶୋଧ ନକରି ୨୦୧୬ରେ ଲଣ୍ଡନ ଫେରାର ହୋଇଯାଇଥିଲେ।

ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ମାଲ୍ୟା ଭାରତରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ରିମାଣ୍ଡରେ ନେବୁ। ମେ’୧୪ରେ ମାଲ୍ୟା ପ୍ରତ୍ୟର୍ପଣ କେସରେ ହାରିବା ପରେ ୨୮ ଦିନ ଭିତରେ ଭାରତ ଆସିବାର ନିୟମ ରହିଛି। ଏହାରି ଭିତରେ ୨୦ ଦିନ ବିତିସାରିଛି। ତେଣୁ ଆଗାମୀ ୮ ଦିନ ମଧ୍ୟରେ ପଳାତକ ମାଲ୍ୟାଙ୍କୁ ଲଣ୍ଡନରୁ କୌଣସି ମୂହୂର୍ତ୍ତରେ ସିବିଆଇ ଏବଂ ଇଡି ଭାରତ ଆଣିପାରନ୍ତି।

You might also like