ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ: ଋଣ ଠକେଇ ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍‌ଡି ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ଏହି ମାମଲାକୁ ନେଇ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ମୁମ୍ବାଇରେ ଭିଡିଓକନର ମୁଖ୍ୟାଳୟରେ ରେଡ୍ ହୋଇଛି। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ଏହି ଋଣ ଠକେଇ ହୋଇଥିବା ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଏହି ମାମଲାକୁ ନେଇ ପୂର୍ବରୁ ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ୦।

ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନ ନେଇଥିବା ୩୨୫୦ କୋଟି ଋଣ ପ୍ରଦାନ ପ୍ରସଙ୍ଗରେ ଏହି ମାମଲା ରହିଛି। ବିଭିନ୍ନ ବ୍ୟାଙ୍କରୁ ଭିଡିଓକନ ଗ୍ରୁପ୍ ନେଇଥିବା ପ୍ରାୟ ୪୦ ହଜାର କୋଟି ଟଙ୍କାର ଏହି ଋଣ ଏକ ଅଂଶବିଶେଷ। ଭିଡିଓକନ ଗ୍ରୁପ୍ ଏମ୍‌ଡି ଭେଣୁଗୋପାଲ ଧୂତ୍ ଚନ୍ଦାକୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ କମ୍ପାନୀ NRPLକୁ ୬୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ ରହିଛି।

You might also like