ନଦୀ ବହୁଛି ହେଲେ ପାଣିର ନୁହେଁ ନିଆଁର, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ସାଧାରଣତଃ ନଦୀରେ ପାଣି ବହିବା ହିଁ ପ୍ରକୃତିର ନିୟମ। ଏଠି କିନ୍ତୁ ବହୁଛି ନିଆଁର ନଦୀ। କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ନଦୀ ଭଳି କ୍ଷୀପ୍ରଗତିରେ ବୋହିଯାଉଛି ଡହ ଡହ ନିଆଁର ସ୍ରୋତ।
Hawaii:
This is not a time-lapse video.
A river of lava moving at an incredible speed…pic.twitter.com/jPzoWPoOKw
— Rex Chapman🏇🏼 (@RexChapman) July 20, 2020
ଲାଭା ନିର୍ଗତ ସ୍ଥଳର ଦୃଶ୍ୟ ଆପଣ ଟିଭି ବା କୌଣସି ଭିଡିଓରେ ଦେଖିଥିବେ। ଲାଭା ନିର୍ଗତ ହେଲାବେଳେ ଏତେ ଉତ୍ତପ୍ତ ହୋଇଥାଏ ଯେ ଏହାର ପାଖରେ ପହଞ୍ଚିବା ସମ୍ଭବ ହୁଏ ନାହିଁ। ସାଧାରଣତଃ ଏହା ଫୁଟୁଥିବାର ଆମେ ଦେଖିଥାଉ। କିନ୍ତୁ ଏଭଳି ଉତ୍ତପ୍ତ ଲାଭାର ନଦୀ ବହି ଯାଉଥିବାର ଆପଣ କେବେବି ଦେଖିନଥିବେ।
ଏହି ଭିଡିଓଟି ରେକ୍ସ ଚାପମେନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ ଏହା ଆପଣଙ୍କ ସମୟ ନଷ୍ଟ କରିବନି। ଦେଖନ୍ତୁ ଏହି ଲାଭାର ନଦୀ କେମିତି କ୍ଷୀପ୍ରଗତିରେ ବହି ଯାଉଛି।
ତେବେ ଏହି ଭିଡିଓଟି ଶେୟାର ହେବାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ପ୍ରାୟ ୨୦ଲକ୍ଷ ରୁ ଅଧିକ ଲୋକ ଏ ପର୍ଯ୍ୟନ୍ତ ଦେଖିସାରିଲେଣି।