ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ: ବର୍ତ୍ତମାନ ସମୟରେ କରୋନା ପାଇଁ ମାନବିକତା ମରି ମରିଯାଉଥିବା ବେଳେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ କହିବେ ମଣିଷ ପଣିଆ ଏବେବି ବଞ୍ଚିଛି। ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି।

ଭିଡିଓଟି କେରଳର। ଭିଡଓରେ ଜଣେ ମହିଳା ବସ୍‌ ପଛରେ ହଠାତ୍ ଦୌଡ଼ୁଥିବାର ଦେଖାଯାଉଛି। ମହିଳା ଜଣଙ୍କ ଦୌଡ଼ି ଦୌଡ଼ି ବସ୍‌କୁ ଅଟକାଉଛନ୍ତି। ବସ୍ ଅଟକିଲା ପରେ ପୁଣି ପଛକୁ ଦୌଉଡ଼ି ଯାଇ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧରି ବସ୍‌ରେ ଚଢ଼ାଉଛନ୍ତି।

ଦୃଷ୍ଟିହୀନ ବ୍ୟକ୍ତି ଜଣକ ବସ୍‌ରେ ଯିବାକୁ ଚାହୁଁଥିଲେ କିନ୍ତୁ ବସ୍‌ଟି ଜାଣିନପାରି ଆଗକୁ ମାଡ଼ିଯାଉଥିଲା। ଏହି ସମୟରେ ମହିଳା ଜଣକ ଆସି ଦୌଉଡ଼ି ଯାଇ ବସ୍‌କୁ ଅଟକାଇ ଥିଲେ। ଦୃଷ୍ଟିହୀନ ବୃଦ୍ଧଙ୍କ ହାତ ଧରି ତାଙ୍କୁ ବସ୍‌ରେ ଚଢ଼ାଇଥିଲେ। ସେଠାରେ ଲାଗିଥିବା ସିସିଟିଭିରେ ଏହି ଭିଡିଓ କଏଦ୍‌ ହୋଇଛି।

ଭିଡିଓକୁ ଆଇପିଏସ୍‌ ବିଜୟକୁମାର ଟ୍ୱିଟର୍‌ରେ ଶେୟାର୍ କରି ମହିଳାଙ୍କୁ ତାରିଫ୍ କରିଛନ୍ତି। ପରେ ଏହି ମହିଳାଙ୍କ ନାଁ ସୁପ୍ରିୟା ବୋଲି ଜଣାପଡ଼ିଛି। ସେ ତିରୁଭଲ୍ଲା ଟାଉନ୍‌ରେ ସେଲ୍‌ସଓମେନ୍‌ ଭାବେ କାର୍ଯ୍ୟ କରନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like