ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଇଲା ଏହି ଛୋଟ ଛୁଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚଳନ୍ତା ଟ୍ରେନ୍ ଭିତ‌ରେ ଏହି ଛୋଟ ଛୁଆଟି ସମସ୍ତଙ୍କୁ ଚକିତ କରିଦେଲା ଭଳି ଷ୍ଟଣ୍ଟ୍‌ ମାରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଛୁଆଟି ଚମତ୍କାର ଭାବେ ବ୍ୟାକ୍‌ଫ୍ଲିପ୍ (Backflip)‌ ମାରୁଥିବା ନଜର ଆସୁଛି। ଭିଡିଓକୁ ଦେଖିବା ପରେ  ସମସ୍ତେ ଛୁଆଟିର ଟ୍ୟାଲେଣ୍ଟକୁ ବେଶ୍‌ ପ୍ରଶଂସା କରିଛନ୍ତି।

ଏହି ଷ୍ଟଣ୍ଟ୍‌ ଇନ୍‌ଷ୍ଟାଗ୍ରାମ ୟୁଜର ଆରିଫ୍‌ କରିଛନ୍ତି। ଭିଡିଓକୁ ସେ ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେଆର କରିଛନ୍ତି। ନଭେମ୍ବର ୧ ରେ ଶେଆର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୭ ଲକ୍ଷ ଲୋକ ଦେଖି ସାରି ଥିବାବେଳେ ୪୫ ହଜାରରୁ ଅଧିକ ଲାଇକ୍ସ ମିଳିଛି। ଲୋକମାନେ ଛୁଆଟିର ଟାଲେଣ୍ଟ୍‌କୁ ପ୍ରଶଂସା କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘OMG(Oh My GOd), ଛୁଆଟି କେତେ ଭଲ ଭାବରେ ବ୍ୟାକ୍‌ଫ୍ଲିପ୍ ମାରିଛନ୍ତି।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଚଳନ୍ତା ଟ୍ରେନ୍‌ରେ ବ୍ୟାକ୍‌ଫ୍ଲିପ୍ ମାରିବା ବଡ଼ ମୁସ୍କିଲ୍‌ ବୋଲି କୁହାଯାଇଥାଏ। ହେଲେ ଏହି ଛୁଆଟି ସତରେ ବହୁତ ବିଚକ୍ଷଣ।’

You might also like