ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ନୂଆଦିଲ୍ଲୀ: ସ୍ୱାର୍ଥପର ଏଇ ଦୁନିଆରେ ମୃତ୍ୟୁ କେତେବେଳେ ଯେ ଆସିଯିବ, ତାହା କାହାକୁ ବି ଜଣାନାହିଁ। ଅଜବ ଏ ଦୁନିଆ। ଏଠି ହୁଏତ କିଏ ଜୀବିତ ଥିବାବେଳେ ଚର୍ଚ୍ଚାର ପରିସରକୁ ଆସିଯାଏ ତ ଆଉ କିଏ ମୃତ୍ୟୁ ପରେ ଚର୍ଚ୍ଚିତ ହୋଇଯାଏ। ଏହିପରି ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ପରିସରକୁ ଆସିଛି।

ଏହି ଭିଡିଓଟି ଆସାମର ଜଣେ ବାଳକର ହୋଇଥିବା ଜଣାପଡ଼ିଛି। ବାଳକ ଜଣକ ହେଉଛନ୍ତି ୧୭ବର୍ଷୀୟ ଋଷବ ଦତ୍ତ। ଦୁଇବର୍ଷ ତଳେ ସେ ଏକ ଆପ୍ଲାଷ୍ଟିକ ଆନେମିଆ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିଲେ। ଜୀବନ ଯୁଦ୍ଧରେ ହାରିଯାଇ ଜୁଲାଇ ୯ତାରିଖରେ ସେ ମୃତ୍ୟୁବରଣ କରିଛନ୍ତି।

rishav dutta

এই যে গীত গাই থকা ল'ৰাজন !তেওঁ আজি গীতটোত গাই থকাৰ দৰে সঁচাকৈয়ে আমাৰ মাজৰ পৰা গুচি গ'ল। তেওঁ ঋষভ দত্ত । ঘৰ তিনিচুকীয়াৰ কাকপথাৰত। দুৰাৰোগ্য ৰোগত আক্ৰান্ত হৈ বেংলুৰত মৃত্যু হয় ঋষভৰ। এটা সুন্দৰ কণ্ঠৰ অধিকাৰী ঋষভলৈ অযুত অশ্রুঞ্জলী..!

Monjit Gogoi यांनी वर पोस्ट केले गुरुवार, ९ जुलै, २०२०

ଏହି ଭିଡିଓଟିରେ ତାଙ୍କୁ ଗିଟାର୍ ସାହାର୍ଯ୍ୟରେ ‘ଚନ୍ନା ମେରେୟା’ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଭିଡିଓରେ ତାଙ୍କୁ ୨୦୧୩ର ସୁପରହିଟ୍ ଫିଲ୍ମ ‘ୟେ ଜୱାନୀ ହେ ଦିୱାନୀ’ର ଗୀତ ‘କବୀରା’ ଗାଉଥିବାର ଦେଖିବାକୁ ମିଳିଛି। ଋଷଭ ଯେଉଁଭଳି ଢଙ୍ଗରେ ଏହି ଦୁଇଟି ଗୀତକୁ ଗାନ କରିଛନ୍ତି, ସେଥିରେ ମନ୍ତ୍ରମୁଗ୍ଧ ହୋଇଛନ୍ତି ଲୋକେ। ଭିଡିଓଟିରେ ସେ ଡାକ୍ତରଖାନାର ବେଡ୍ ଉପରେ ବସି ଗୀତଟିକୁ ଗାଇଥିବାବେଳେ ଏହାକୁ କର୍ମଚାରୀମାନେ ଶୁଟିଂ କରୁଥିବାର ଦେଖିବାକୁ ମିଳିଛି।

ঋষভ দত্ত

ভাল মানুহৰ লগতে সদায় বেয়া কিয় হয় ?মৃত ঋষভৰ অন্য এটা ভিডিঅ' ! কেইদিনমান আগতে বহিঃৰাজ্যৰ চিকিৎসালয়ৰ কোঠাত হাঁহি ভালপোৱা ঋষভ চিকিসকসকলৰ বাবেও প্রিয় আছিল !

Monjit Gogoi यांनी वर पोस्ट केले गुरुवार, ९ जुलै, २०२०

ଏହି ଭିଡିଓଟିକୁ ଜଣେ ମନଜିତ୍ ଗୋଗୋଇ ନାମକ ଫେସବୁକ ୟୁଜର ଅପଲୋଡ କରିଛନ୍ତି। ତେବେ ଅପଲୋଡ୍ ହେବାର କିଛି ସମୟ ପରେ ହଜାର ହଜାର ଦର୍ଶକ ଏହାକୁ ଲାଇକ୍ କରିବା ସହ ତାଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଋଷଭ ତାଙ୍କର ମେଲୋଡ଼ିଅସ ସ୍ୱର ପାଇଁ ୨୦୧୯ରେ ଥରେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ।

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like