ଦକ୍ଷ ଖେଳାଳିଙ୍କ ପରି କୁକୁର ଖେଳୁଛି ବିଲିୟାର୍ଡ !

କୁକୁର ଏମିତି ଏକ ପ୍ରାଣୀ ଯିଏକି ମଣିଷ ସହ ଖେଳିବା ଠାରୁ ଆରମ୍ଭ କରି ଚୋର ଧରିବା ପର୍ଯ୍ୟନ୍ତ କାମ କରିଥାଏ। ସମସ୍ତ ଗୃହ ପାଳିତ ପଶୁମାନଙ୍କ ମଧ୍ୟରୁ ସେ ଅଧିକ ଚତୁର।

ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୁକୁର ଅନେକ ଅସାଧାରଣ କାର୍ଯ୍ୟ କରିଥିବାର। କିନ୍ତୁ କେବେ ଦେଖିଛନ୍ତି କୁକୁର ବିଲିୟାର୍ଡ ଖେଳିବାର ସେ ପୁଣି ଦକ୍ଷତାର ସହ। ଆଶ୍ଚର୍ଯ୍ୟ ହୋଇଗଲେକି ! ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ।

ଜଣେ ପୂର୍ବତନ ବାସ୍କେଟ୍ ବଲ୍‌ ଖେଳାଳୀ ରେକ୍ସ ଚାପମାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ କ୍ଲିପ୍‌ଟି ସେୟାର କରିଛନ୍ତି। ସେ ଏହାର କ୍ୟାପସନ୍‌ରେ ଲେଖିଛନ୍ତି ଯେ, “ଟାଇମ୍‌ ଲାଇନ୍‌ କ୍ଲିନର,ଭଲ ପୁଲ୍‌ ଖେଳୁଥିବା ବାଳକ ” ।

ତେବେ ଏହି ୫୯ ସେକେଣ୍ଡର ଭିଡିଓଟିରେ କୁକୁରଟି ଟେବୁଲ ଉପରେ ଥିବା ଏକ ଧଳା ବଲ୍‌ ପ୍ରଥମେ ଦେଖୁଛି। ଏହା ପରେ ସେ ଅନ୍ୟ ବଲ୍‌କୁ ଲକ୍ଷ୍ୟ କରି ତାର ଗୋଡ଼ରେ ଧଳା ବଲ୍‌ଟିକୁ ମାରୁଛି। କୁକୁରଟି ମାରୁଥିବା ବଲ୍ ଅନେକ ବାର ଗାତରେ ପଡ଼ୁଛି। ଯାହାକି ଜଣେ ଭଲ ଖେଳାଳିର ପରିଚୟ ଦେଉଛି।

ଏହି ଭିଡିଓ କ୍ଲିପ୍‌ଟି ଏବେ ଟ୍ୱିଟର୍‌ରେ ଭାଇରାଲ ହୋଇଛି। ଖୁବ କମ୍‌ ସମୟ ମଧ୍ୟରେ ଭିଡିଓଟିକୁ ୫ ଲକ୍ଷ ୬୦ ହଜାର ଲୋକ ଦେଖି ସାରିଲେଣି।

You might also like