ପୃଥିବୀରୁ ମହାକାଶକୁ ଫୋନ୍‌ କଲେ କମଲା ହାରିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ ଭିର ଗ୍ଲୋଭରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଫୋନ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଶ୍ ରୋଚକ ଥିଲା। ଏସମ୍ପର୍କିତ ଏକ ଭିଡିଓକୁ ନାସା ସେୟାର ମଧ୍ୟ କରିଛି। ବଡ ସ୍ବପ୍ନ ଓ ଉଚ୍ଚ ଚିନ୍ତାଧାରା ଦ୍ୱାରା କଣ ସମ୍ଭବ ତାହା ଗ୍ଲୋଭର କରିଦେଖାଇଛନ୍ତି ବୋଲି କହିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶଦ୍ଭୋବ କମଲା ହାରିସ।

ଆମେରିକା ମାଟିରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଫୋନ୍ କଲ୍ ଗୋଟିଏ ପଟେ ଉପରାଷ୍ଟ୍ରପତି ଅନ୍ୟପଟେ ଆଇଏସ୍ଏସ୍‌ରେ ଆଷ୍ଟ୍ରୋନଟ୍ ଇଣ୍ଟରନାସନାଲ ସ୍ପେଶ୍ ଷ୍ଟେସନରେ ଥିବା ନାସାର ମହାକାଶଚାରୀ ଭିର ଗ୍ଲୋଭରଙ୍କ ସହ କଥା ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କିତ ଭିଡିଓକୁ ଅଫିସିଆଲ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛି ନାସା।

ଭିଡିଓରେ ଐତିହାସିିକ ମିଶନ ପାଇଁ ଗ୍ଲୋଭରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହାରିସ। ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଭାବେ ବ୍ୟବସାୟିକ ମହାକାଶଯାନରେ ସ୍ପେଶ୍‌କୁ ଯାତ୍ରା କରିଛନ୍ତି ଗ୍ଲୋଭର। ଏଥିପାଇଁ ତାଙ୍କ ସାହସ ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି। କଥାବାର୍ତ୍ତା ବେଳେ ଗ୍ଲୋଭରଙ୍କୁ ତାଙ୍କ ପ୍ରଥମ ସ୍ପେଶ୍ ୱାକ୍ ଅଭିଜ୍ଞତା ପଚାରିଥିଲେ ହାରିସ। ଏଥିସହ ମହାକାଶରୁ ପୃଥିବୀ କେତେ ସୁନ୍ଦର ଦିଶୁଛି ବୋଲି ହାରିସ ଜାଣିବାକୁ ଚାହିଁଥିଲେ। ବିଶ୍ୱବାସୀଙ୍କ ପାଇଁ ମଧ୍ୟ ଏହି କଥାବାର୍ତ୍ତା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ, ପୃଥିବୀ ପୃଷ୍ଠରୁ ମହାକାଶକୁ ଯାଇଥିଲା ଫୋନ୍ ବ୍ଲାକ୍ ହିଷ୍ଟ୍ରି ମନ୍ଥ ସମ୍ମାନ ଅବସରରେ ଆମେରିକା ଉପରାଷ୍ଟ୍ରପତିଙ୍କ ଏହି ଫୋନ୍ କଲ୍ ଐତିହାସିକ ପାଲଟିଥିବା ନାସା ପକ୍ଷରୁ କୁହାଯାଇଛି।

You might also like