ରାମ ମନ୍ଦିର ନିର୍ମାଣ ନେଇ ମୋଦିଙ୍କ ବୟାନ ପରେ ଭିଏଚ୍‌ପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଭିଏଚ୍‌ପି (ବିଶ୍ୱ ହିନ୍ଦୁ ପରିଷଦ)। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ବଦଳାଇବା ଜରୁରୀ ବୋଲି ଭିଏଚ୍‌ପିର କାର୍ଯ୍ୟକାରୀ ସଭାପତି ଆଲୋକ ବର୍ମା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଏନେଇ ଅଧ୍ୟାଦେଶ ଯଥାଶୀଘ୍ର ଆଣିବା ଆବଶ୍ୟକ।

୬୯ ବର୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି ଲୋକେ। ଅକ୍ଟୋବରରେ ରାମ ମନ୍ଦିର ମାମଲା ସୁପ୍ରିମକୋର୍ଟକୁ ଆସିଥିଲା, ହେଲେ ଏନେଇ ବେଞ୍ଚ ଗଠନ ହେଲାନି। ଅନ୍ୟପଟେ ତ୍ୱରିତ ଶୁଣାଣିକୁ ରାଜି ହୋଇନାହାନ୍ତି ସର୍ବୋଚ୍ଚ ଅଦାଲତ। ତେଣୁ ରାମ ମନ୍ଦିର କିପରି ନିର୍ମାଣ ହେବ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଆଲୋକ କହିଛନ୍ତି।

କେବଳ ଏତିକି ନୁହେଁ, ଏହି ଅବସରରେ କଂଗ୍ରେସ ଉପରେ ମଧ୍ୟ ଖୁବ୍‌ ବର୍ଷିଛନ୍ତି ଆଲୋକ। କଂଗ୍ରେସ ଜାଣିଶୁଣି ମାମଲାକୁ ଝୁଲାଇ ରଖିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ଚଳିତ ମାସରେ ପ୍ରୟାଗରାଜରେ ଧର୍ମ ସଂସଦ ବସିବ। ଏହି ଅବସରରେ ରାମ ମନ୍ଦିରକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ଆଲୋକ ବର୍ମା କହିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ବିରୋଧୀ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଗତକାଲି ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ଦେଇଥିବା ସାକ୍ଷାତକାରରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ମତ ରଖିଥିଲେ।

ସୁପ୍ରିମକୋର୍ଟଙ୍କ ଚୁଡ଼ାନ୍ତ ରାୟ ଆସିଲା ପରେ ହିଁ ଏସଂପର୍କରେ ବିଚାର କରାଯାଇପାରିବ ବୋଲି ସେ କହିଥିଲେ। ଏହାପରେ ଏହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଥିଲା

 

 

You might also like