କରୋନାରେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ

ଟୁମକୁରୁ: କରୋନାରେ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭନାରେ ସଂସ୍କାର କରାଯାଇଛି। ଗଙ୍ଗାଧରଙ୍କ ପରିବାରରେ ତାଙ୍କ ପତ୍ନୀ ୩ ଝିଅ ଓ ପୁଅ ଅଛନ୍ତି। ନିକଟରେ ଗଙ୍ଗାଧର ତାଙ୍କର ଅପକମିଂ ଟିଭି ଶୋ’ ‘ପ୍ରେମଲୋକରେ’ ଶୁଟିଂ କରିଥିଲେ।

ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ୍‌ ହସ୍‌ପିଟାଲ୍ ତାଙ୍କୁ ଆଡ୍‌ମିସନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ କୌଣସି ମତେ ତାଙ୍କ ସମ୍ପର୍କୀୟ ଓ ପରିବା ଲୋକେ ତାଙ୍କୁ କେଙ୍ଗେରୀରେ ଥିବା BGS ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇବାରେ ସକ୍ଷମ ହୋଇଥିଲେ। ସେତେବେଳଙ୍କୁ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ।

ଗଙ୍ଗାଧରଙ୍କର କୃଷିରେ ଓ ଅଭିନୟରେ ରୁଚି ରହିଥିଲା। ସେଥିପାଇଁ ସେ ୧୯୯୭ରେ ITIର ପିଆର୍‌ଓ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଜମିରେ କର୍ପୋରେଟ ଷ୍ଟାଇଲ୍‌ରେ ଏକ ନଡ଼ିଆ ବଗିଚା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୋଭିଡ-୧୯ କାରଣରୁ ସେ ଏହାକୁ ଘୁଞ୍ଚାଇ ଦେଇଥିଲେ। କୃଷି କ୍ଷେତ୍ରରେ ଅଭିନବ ପ୍ରଚେଷ୍ଟା ଯୋଗୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

ଗଙ୍ଗାଧରଙ୍କର ଫିଲ୍ମ କ୍ୟାରିୟର୍‌ ଉପରେ ନଜର ପକାଇଲେ ସେ ପ୍ରାୟ ୧୧୮ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର କିଛି ଫେମସ୍ ଫିଲ୍ମ ହେଲା, ସେଡିନା ହକ୍କି, ଜ୍ୱାଲାମୁଖୀ, ଆଡେ କାନ୍ନୁ, ଏମଙ୍ଗ ଅଦର୍ସ, ତା ସହିତ ହଜାର ହଜାର ନାଟକରେ ଅଭିୟନ କରିବା ସହିତ ଅନେକ ଟିଭି ଶୋ’ରେ ମଧ୍ୟ ସେ ନଜର ଆସିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like