ରବିଙ୍କ ପରେ ଏବେ ପୁଣି ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ

କୋଲକାତା: ହିନ୍ଦୀ ତଥା ମରାଠି ଅଭିନେତା ରବି ପଟୱର୍ଦ୍ଧନଙ୍କ ପରେ ଏବେ ପୁଣି ଜଣେ ଭେଟେରାନ୍‌ ଆକ୍ଟରଙ୍କ ବିୟୋଗ ହୋଇଛି। ସେ ହେଲେ ଲୋକପ୍ରିୟ ବଙ୍ଗଳା ଫିଲ୍ମ ଆକ୍ଟର ମନୁ ମୁଖାର୍ଜୀ। ରବିଙ୍କ ପରି ମନୁଙ୍କର ବି ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ମନୁ ମୁଖାର୍ଜୀଙ୍କୁ ୯୦ ବର୍ଷ ହୋଇଥିଲା।

ପ୍ରଖ୍ୟାତ ଫିଲ୍ମ ନିର୍ମାତ ମୃଣାଳ ସେନଙ୍କ ଫିଲ୍ମ ‘ନୀଳ ଆକାଶେର୍ ନୀଚେ’(୧୯୫୮)ରୁ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ ମନୁ। ଏହାପରେ ସତ୍ୟଜିତ ରୟଙ୍କ ଫିଲ୍ମ ଜୟ ବାବା ଫେଲୁନାଥ ଏବଂ ଗଣଶତ୍ରୁରେ ଅଭିନୟ କରି ସେ ସାଉଁଠି ଥିଲେ ଅନେକ ପ୍ରଶଂସା। ତାଙ୍କ ଅଭିନୀତ ଶିଶୁ ଚଳଚ୍ଚିତ୍ର ପାତଲଘରକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ଦର୍ଶକ। ମନୁ ତାଙ୍କ ଫିଲ୍ମ କେରିୟର୍‌ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ବେଳେ ନାଟକ ଓ ଧାରାବାହିକରେ ବି ସେ ଅଭିନୟ କରିଛନ୍ତି।

ବଙ୍ଗଳା ଫିଲ୍ମ ଜଗତର ବିଶିଷ୍ଟ ଅଭିନେତା ମନୁ ମୁଖାର୍ଜୀଙ୍କ ବିୟୋଗରେ ବେଙ୍ଗଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ତା ସହିତ ବଙ୍ଗଳା ଫିଲ୍ମର ଅନେକ ଅଭିନେତା ଓ ନିର୍ଦ୍ଦେଶକ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

You might also like