ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବର୍ଷ ୨୦୨୦ ପୁଣି ଜଣେ କିମ୍ବଦନ୍ତି କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ହେଲେ ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ। କୋଲକାତାରେ ଘରୋଇ ନର୍ସିଂ ହୋମ୍‌ ବେଲ୍ଲେ ଭ୍ୟୁ କ୍ଲିନ୍‌କରେ ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧୨: ୧୫ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା।

ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହେବାରୁ ତାଙ୍କୁ ନନ୍‌ କୋଭିଡ୍‌ ଇନ୍‌ଟେନ୍ସିଭ୍ ଟମ୍ରା ୟୁନିଟ୍‌କୁ (ITU)ନିଆଯାଇଥିଲା। ଏହାପରେ ଠାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ଏହାପରେ ସେ ପୁଣିଥରେ କରୋନା ପଜିଟିଭ୍ ହୋଇଥିଲେ। ତାଙ୍କୁ ନିମୋନିୟା ବି ହୋଇଥିଲା।

ଗତ କିଛିଦିନ ହେଲା ସୌମିତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ସେ ଭେଣ୍ଟିଲେଟର୍‌ରେ ରହିଥିଲେ। ସମସ୍ତ ପ୍ରକାର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତରମାନେ ଭଗବାନଙ୍କ ହାତରେ ଛାଡ଼ିଦେଇଥିଲେ। ହେଲେ ଆଜି ତାଙ୍କର ବିୟୋଗ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ତଥା ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦୁଃଖର ସାଗରରେ ବୁଡ଼ାଇ ଦେଇଛି।

ଅକ୍ଟୋବର ୨୬ ତାରିଖରେ ସୌମିତ୍ର ହଠାତ୍‌ ଗୁରୁତର ହୋଇପଡ଼ିଥିଲେ। ଏହାପରେ ଡାକ୍ତରୀ ପରାମର୍ଶରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତାଙ୍କ ରକ୍ତରେ ହେମୋଗ୍ଲୋବିନ କଣିକା କମିବାରେ ଲାଗିଥିଲା। ଅକ୍ଟୋବର ୨୫ ତାରିଖରେ ତାଙ୍କ ଶରୀରରେ କୌଣସି ଔଷଧ କାମ କରୁନାହିଁ ବୋଲି ଡାକ୍ତର ଘୋଷଣା କଲେ। ଅକ୍ଟୋବର ୬ରେ ତାଙ୍କୁ ଆଇଟିୟୁକୁ ନିଆଯିବା ସହିତ ସେଠାରେ ଅକ୍ସିଜେନ୍ ସପୋର୍ଟ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।

ବଙ୍ଗଳା ଫିଲ୍ମ ଇଣ୍ଡିଷ୍ଟ୍ରୀର ପ୍ରଖ୍ୟତ ଅଭିନେତା ସୌମିତ୍ର ଚାଟାର୍ଜୀ। କିମ୍ବଦନ୍ତି ଫିଲ୍ମ ନିର୍ମାତା ସତ୍ୟଜିତ ରୟଙ୍କ ସହିତ ମିଶି ସେ ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ସହିତ ୧୪ଟି ସିନେମାର କାର୍ଯ୍ୟ କରିଛନ୍ତି। ୧୯୫୯ ମସିହାରେ ସତ୍ୟାଜିତଙ୍କ ପିଲ୍ମ ‘ଅପୁର ସଂସାର’ରେ ସେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସତ୍ୟଜିତଙ୍କ ନର୍ଦ୍ଦେଶନାରେ ଚାରୁଲତା, ଦେବୀ, ତୀନ କନ୍ୟା, ଘରେ ବାଇରେ, ଗଣଶତ୍ରୁ ଏବଂ ଅନ୍ୟ ଫିଲ୍ମଗୁଡ଼ିକରେ ବି ସେ କାର୍ଯ୍ୟ କରିଛନ୍ତି। ଏଥିସହିତ ‘ଫେଲୁଦା’ ଚରିତ୍ରରେ ସେ ପ୍ରଥମେ ଅଭିନୟ କରିଥିଲେ। କେବଳ ସତ୍ୟଜିତ ରାୟ ନୁହଁନ୍ତି ମ୍ରୃଣାଳ ସେନଙ୍କ ନିର୍ଦ୍ଦେଶନାର ଆକାଶ ‘କୁସୁମ ଫିଲ୍ମ’ରେ ବି ସେ ଅଭିନୟ କରିଥିଲେ। ତେବେ ୨୦୧୯ରେ ମୁକ୍ତିଲାଭ କରିଥିବା ବେଙ୍ଗଲି ଫିଲ୍ମ ‘ସଞ୍ଜବତୀ’ରେ ଶେଷଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

ବଙ୍ଗଳା ସିନେମାରେ ତାଙ୍କର ଅବଦାନ ପାଇଁ ଅନେକ ସମ୍ମାନରେ ସମ୍ମାନୀତ ହୋଇନ୍ତି ସୌମିତ୍ର। ପଦ୍ମ ଭୂଷଣ, ସଙ୍ଗୀତ ନାଟକ ଆକାଡେମୀର ଟାଗୋର ରତ୍ନ, ଏଥିସହିତ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ(୨୦୧୨) ଓ ତିନିଥର ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୮ରେ ଫ୍ରାନ୍ସ ପକ୍ଷରୁ ତାଙ୍କୁ ଲିଜନ ଅଫ୍‌ ଅନର୍‌ରେ ସମ୍ମାନିତ କରାଯାଇଥିଲା। ଫ୍ରାନ୍ସର ଏହା ସର୍ବୋଚ୍ଚ ନାଗରିକ ସମ୍ମାନ। କିମ୍ବଦନ୍ତୀ ଫିଲ୍ମ ମେକର ସତ୍ୟଜିତ ରାୟଙ୍କୁ ମଧ୍ୟ ଫ୍ରାନ୍ସ ସରକାର ଏହି ସମ୍ମାନରେ ସମ୍ମାନିତ କରିଥିଲେ।

 

You might also like