୨୦୨୦ରେ ଆଉ ଜଣେ ବିଶିଷ୍ଟ ଅଭିନେତାଙ୍କ ପରଲୋକ

ମୁମ୍ବାଇ: ବର୍ଷିଆନ୍‌ ମରାଠି ଅଭିନେତା ରବି ପଟୱର୍ଦ୍ଧନଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ୮୩ ବର୍ଷ ହୋଇଥିଲା। ସ୍ୱାସକ୍ରିୟାରେ ସମସ୍ୟା ହେବାରୁ ଗତକାଲି ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ହୋଇଛି। ଏହା ପୂର୍ବରୁ ମାର୍ଚ୍ଚରେ ମାସରେ ବି ରବି ହୃଦ୍‌ଘାତରେ ଶିକାର ହୋଇଥିଲେ। ରବିଙ୍କ ପରିବାରରେ ତାଙ୍କ ପତ୍ନୀ, ଝିଅ, ଜ୍ୱାଇଁ, ଦୁଇ ପୁଅ ଓ ବୋହୂ ଏବଂ ନାତୀ ଅଛନ୍ତି।

ରବିଙ୍କ ପୁଅ ନିରଞ୍ଜନ ପଟବର୍ଦ୍ଧନଙ୍କ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ରୁ ୯:୩୦ ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଥାନେର ଜୁପିଟର ହସ୍‌ପିଟାଲକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କର ବିୟୋଗ ହୋଇଥିଲା ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି।

ରବି ମରାଠି ଓ ହିନ୍ଦୀ ସିନେମା ଜଗତରେ ଜଣେ ବେସ୍ ପ୍ରତିଷ୍ଠିତ କଳାକାର। ସେ ୨୦୦ରୁ ଅଧିକ ହିନ୍ଦୀ ଓ ମରାଠି ଫିଲ୍ମରେ ଅଭିନୟ କରିଛନ୍ତି। ତା ସହିତ ୧୫୦ରୁ ଅଧିକ ନାଟକରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି। ଶେଷଥର ପାଇଁ ତାଙ୍କୁ ମରାଠି ଟିଭି ଶୋ’ ଅଗ୍ଗାବାଇ ଶାଶୂବାଇରେ ଦେଖିବାକୁ ମିଳିଥିଲା। ତାଙ୍କ ବିୟୋଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ବଡ଼ ବଡ଼ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

 

You might also like