ଜୁଲାଇ ୩୧ ଯାଏ ବୈଧ ରହିବ ଗାଡ଼ି କାଗଜପତ୍ର

ନୂଆଦିଲ୍ଲୀ: ଲକଡାଉନନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଉ ଏକ ଘୋଷଣା। ପରିବହନ ବିଭାଗର ବିଭିନ୍ନ ସେବା ପାଇଁ ଯେଉଁମାନେ ଫେବ୍ରୁଆରି ପହିଲା ବା ତା ପରେ ଫି ଦାଖଲ କରିଛନ୍ତି, ତାହା ଜୁଲାଇ ୩୧ ଯାଏ ବୈଧ ରହିବ। ନୂଆ ଡ୍ରାଇଭିଂ ଲାଇସେନ୍ସ କି ନବୀକରଣ, ଲର୍ଣ୍ଣର୍, ଫିଟନେସ୍ ସାର୍ଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍ମିଟ୍ ପାଇଁ ଆବେଦନ କରି ଯେଉଁମାନେ ଆଗରୁ ଫି ଦାଖଲ କରିଥିଲେ, ତାହା ଜୁଲାଇ ୩୧ ତାରିଖ ଯାଏ ବୈଧ ରହିବ।

ସେହିପରି ଫେବ୍ରୁଆରି ୧ରୁ ଲକଡାଉନ୍ ଭିତରେ ଯଦି କୌଣସି ଦେୟ ଦେବାରେ ବିଳମ୍ବ ହୋଇଛି ସେଥିଲାଗି ଜୁଲାଇ ୩୧ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି କିନ୍ତୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ BS-4 ଗାଡ଼ିର ରେଜିଷ୍ଟ୍ରେସନକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଖି ଆଗରେ ଏହି ନିଷ୍ପତ୍ତି କରିଛି ପରିବହନ ମନ୍ତ୍ରାଳୟ।

You might also like