କରୋନା ପଜିଟିଭ୍ ହେଲେ ବରୁଣ ଓ ନିତୁ; ସୁସ୍ଥ ହେବା ଯାଏ ଫିଲ୍ମ ସୁଟିଂ ବନ୍ଦ

ଫିଲ୍ମ ଶୁଟିଂରେ ବାଧକ ସାଜିଲା କରୋନା

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବରେ ବଢ଼ିଚାଲିଛି। ଜଣଙ୍କ ପରେ ଜଣେ କରୋନା କବଳରେ ପଡୁଛନ୍ତି। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ନିତୁ କାପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସମୟରେ ଅନୀଲ କାପୁର ଓ ନିତୁ କପୁରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତେବେ ଉଭୟ ରାଜ ମେହେଟ୍ଟାଙ୍କ ଫିଲ୍ନ ସୁଟିଂ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବରୁଣ ଓ ନିତୁ ଯେ,ପର୍ଯ୍ୟନ୍ତ କରୋନା ମହାମାରୀରୁ ସୁସ୍ଥ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଗତ ମାସରେ ଅନିଲ କପୁର, ବରୁଣ ଧାୱନ ଏବଂ ନିତୁ ସିଂ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ପୂର୍ବରୁ ଦୀପାବଳି ଅବସରରେ ବଲିଉଡର ଆଗଧାଡ଼ିର ନେତା ଅନିଲ କାପୁର ନିଜ ସହ କଳାକାରଙ୍କ ସହ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଯାହା ସୋସିଆଲ ମିଡିଆ ବ୍ୟବହାରୀଙ୍କ ମନକୁ ଛୁଇଁପାରିଥିଲା। ତେବେ ଏହି ଖବର ଜଣାପଡ଼ିବା ପରେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ନାମିଦାମୀ କଳାକାର।

You might also like