ଯଶୱନ୍ତ ସିହ୍ନାଙ୍କ ବିସ୍ଫୋରକ ବୟାନ: ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ ମୋଦିଙ୍କୁ ରକ୍ଷା କରିଥିଲେ। ଯଦି ମୋଦିଙ୍କୁ ବହିଷ୍କାର କରାଯାଏ, ତା’ହେଲେ ସେ କ୍ୟାବିନେଟ୍‌ରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ତେଣୁ ବାଜପେୟୀ ନିଜ ନିଷ୍ପତ୍ତି ବଦଳାଇଥିଲେ ବୋଲି ଶ୍ରୀ ସିହ୍ନା କହିଛନ୍ତି।

You might also like