ଜୁଲାଇରୁ ତ୍ୱରାନ୍ୱିତ ହେବ ଟିକାକରଣ

ନୂଆଦିଲ୍ଲୀ: ଜୁଲାଇରୁ ଦେଶରେ ଜୋରଦାର ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ପ୍ରାୟ ୭୪ କୋଟି ଡୋଜ୍ ଟିକା କିଣିବା ପାଇଁ କେନ୍ଦ୍ର ଅର୍ଡର କରିଥିବା ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ଦେଇଛନ୍ତି। ୨୫ କୋଟି ଡୋଜ୍ କୋଭିସିଲ୍ଡ ,୧୯ କୋଟି ଡୋଜ୍ କୋଭାକ୍ସିନ ସହ ୩୦ କୋଟି ଡୋଜ୍ ବାୟୋଲୋଜିକାଲ-ଇ ଟିକା ପାଇଁ ବି ଅର୍ଡର ଦିଆଯାଇଥିବା ସେ କହିଛନ୍ତି। ୪୪ କୋଟି କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଡିସେମ୍ବର ମଧ୍ୟରେ ମିଳିବ। ସେମ୍ବେର ସୁଦ୍ଧା ବାୟୋଲୋଜିକାଲ-ଇ ଟିକା ମିଳିବ ବୋଲି ଡାକ୍ତର ପଲ୍ କହିଛନ୍ତି।

ସେପଟେ, ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି। ଉତ୍ପାଦନକାରୀ ବିକ୍ରି ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ରଖାଯାଇଛି। ଉତ୍ପାଦନ ଦର ୧୨୨ ଟଙ୍କା ଥିବାବେଳେ ଜିଏସଟି ୬୦ ଟଙ୍କା ରହିଛି। ସେହିପରି ଋଷ ଟିକା ସ୍ପୁଟନିକ୍-ଭିର ଦାମ ୧୧୪୫ ସ୍ଥିର କରାଯାଇଛି। ନିର୍ମାଣକାରୀ ୯୪୮ରେ ବିକ୍ରି ଦର ଧାର୍ଯ୍ୟ କରିଥିବାବେଳେ ଜିଏସଟି ୪୭ ଟଙ୍କା ସହ ଏହାର ହସ୍ପିଟାଲ ମୂଲ୍ୟ ୧୧୪୫ ଟଙ୍କା ରଖାଯାଇଛି।

You might also like